
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ଘୋଷଣା ପରେ ରାଜନଗର ପୁର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ.ଅଲେଖ କୁମାର ଜେନାଙ୍କ ନେତୃତ୍ଵରେ ,ରାଜନଗର,ପଟ୍ଟାମୁଣ୍ଡାଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ପଟ୍ଟାମୁଣ୍ଡାଇ ପାର୍ଟି ଅଫିସ ପ୍ରାଙ୍ଗଣରେ ବିଜୟ ଉତ୍ସବ ପାଳନ କରିବା ସହ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ ।
ଏକ ବର୍ଣ୍ଣାଢ୍ଯ ପରିବେଶରେ ବାଜା, ବାଣ ଫୁଟାଇ, ମିଷ୍ଟାନ୍ନ ବାଣ୍ଟି ବଡ଼ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରିଥିଲେ । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ ଡ.ଜେନା କହିଥିଲେ କି, ଦୀର୍ଘ ଦିନ ଧରି ମଦ ମତ୍ତ ହୋଇ ଘୋର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ରେ ବୁଡି ରହିଥିବା ରାବଣ ସମ ଅହଂକାରୀ ସରକାରର ପରାଜୟ ହୋଇଛି ।

ଅପରପକ୍ଷେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜିଙ୍କ ପ୍ରେରଣା ଓ ନିରନ୍ତର ଦେଶର ବିକାଶ ପାଇଁ କାର୍ଯ୍ୟରତ ବିଜେପିର,ସମସ୍ତଙ୍କ ପ୍ରିୟ ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ବ ସହ ଆମ ରାଜ୍ୟର ସମସ୍ତ ବିଜେପି କର୍ମକର୍ତ୍ତାଗଣ ଙ୍କ ଅକ୍ଳାନ୍ତ ପରିଶ୍ରମ ଆମକୁ ଏ ବିଜୟ ଦେଇଛି ।ସର୍ବପରି ଧାମନଗର ବାସୀଙ୍କ ଦିବଂଗତ ବିଜେପି ବିଧାୟକ ବିଷ୍ଣୁଭାଇଙ୍କ ପ୍ରତି ଥିବା ଭଲପାଇବାର ପ୍ରତିଫଳନ ଏ ବିଜୟ ଅଟେ।
ଏହି ବିଜୟ ମହୋତ୍ସବରେ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଳକର ଛାମୁଆ ବିଜେପି ସଂଗଠକ ମାନଙ୍କ ମଧ୍ଯରେ ସର୍ବଶ୍ରୀ ବନମାଳୀ ମହାପାତ୍ର, ରଶ୍ମିତା ସାହୁ, ପଦ୍ମଲାଭ ପଣ୍ଡା, ରଞ୍ଜନ ସୁତାର, ମିଥୁନ ମଲିକ, ସୁବାସ ବାରିକ, କାନନବାଳା ଦାସ, ବିପିନ ନାୟକ,ଅଜୟ ଦାସ, ମାଗୁଣି ନାୟକ, ଅମୁଲ୍ୟ ଦାସ, ଗୁନା ମଲିକ,ଜ୍ୟୋତି ପ୍ରକାଶ ପ୍ରଧାନ, ଗଜେନ୍ଦ୍ର ଜେନା, ଗଗନ ପରିଡା,ମହେନ୍ଦ୍ର ଜୀବନ ଦାସ, ନୃସିଂହ ଚରଣ ସାହୁ, ନିରାକାର ନାୟକ, ଶଙ୍କରଷଣ ମହାନ୍ତି, ସୁମନ୍ତ ରାୟ, ଅନ୍ତର୍ଯ୍ୟାମୀ ମଳିକ, ସୁଶାନ୍ତ ଦାସ, ଶଙ୍କର ସେଠୀ, ନିରଞ୍ଜନ ସ୍ୱାଇଁ, ପରେଶ୍ଵର ପାତ୍ର, ଖିରୋଦ ରାଉତ ଓ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିବା ବେଳେ, ଆଶିଷ ମଲିକ ଓ ଉଦୟ ଶଙ୍କର ଦାସ ରାଲି ପରିଚାଳନା କରିଥିଲେ ।