ଡାକ୍ତର ଓ ପୋଲିସଙ୍କ ଭଳି ମିଶନ ଶକ୍ତି ମହିଳାମାନଙ୍କର ଭୂମିକା, କରୋନା ବିରୋଧୀ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ: ସୁଜାତା କାର୍ତ୍ତିକେୟନ (ମିଶନଶକ୍ତିର କମିଶନର)

ବାସ୍ତବ ବ୍ୟୁରୋ-କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ । ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି । ଘରୁ ଗୋଢ କାଢି ଅସହାୟଙ୍କୁ ସହାୟତା ହେବାକୁ, ଲୋକଙ୍କୁ ସଚେତନ କରିବାକୁ ମହିଳାଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ କହିଛନ୍ତି ।

ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ତେଜରାତି ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ ଭ୍ୟାନ ଜରିଆରେ ସେବା ପହଞ୍ଚାଇଛନ୍ତି । ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମିଶନ ଶକ୍ତିର ମହିଳାମାନେ ବି ବିଭିନ୍ନ ଜିଲ୍ଲାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି । ଆଜି ପର୍ଯ୍ୟନ୍ତ ୨୫ ଲକ୍ଷ ରନ୍ଧାଖାଦ୍ୟ ଅସହାୟଙ୍କୁ ଯୋଗାଇଥିବା ବେଳେ ଆଗକୁ ମଧ୍ୟ ମହିଳାମାନେ ଏହି କାମ ଜାରି ରଖିବେ । ତେବେ ବଜାରରେ ଯେତେବେଳେ ମାସ୍କର ଅଭାବ ଦେଖା ଦେଇଥିଲା, ସେତେବେଳେ ମହିଳାମାନେ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ନିଜେ ସିଲେଇ କରି ମାସ୍କ ବାଣ୍ଟିଥିଲେ । ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ଲୋକଙ୍କୁ ୧୨ ଲକ୍ଷ ମାସ୍କ ଯୋଗାଇଲେଣି ମହିଳା ।

ତେବେ କରୋନା ମୁକାବିଲା ପାଇଁ ଆଉ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଏହି କ୍ଷେତ୍ରରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବାହାରେ ଲୋକଙ୍କୁ ପୋଲିସ ଜଗିବାପରି ଘର ଭିତରେ ବି ମହିଳାମାନେ ସବୁ ମାଆମାନେ ପୋଲିସ ହେବା ଦରକାର । ମାଆମାନେ ଘରର ପୋଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନବାହାରିବା ପାଇଁ କହିବେ । ଆବଶ୍ୟକ ନଥିଲେ ଅଯଥାରେ ବାହାରକୁ ବାହାରିବେନି । ସବୁଦିନ ସଜ ପରିବା ବଜାରରୁ ଆଣିବା ଏଭଳି ସମୟରେ ଟିକେ ଦୂରାନ୍ତୁ । ତେବେ କରୋନା ଔଷଧ ଆମ ହାତରେ ଅଛି, ତେଣୁ ଘରେ ରହି କରୋନାକୁ ହରାଇବାକୁ ମାଆମାନଙ୍କୁ ସୁଜାତା କାର୍ତ୍ତିକେୟନ ପରାମର୍ଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Apr 7 , 2020
୧-ପାଣିପାଗ: ରାଜ୍ୟର ଅନେକ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ।୩ଦିନ କାଳବୈଶାଖୀ ସମ୍ଭାବନା। ୨-ବରଗଡ଼: ଦନ୍ତାହାତୀ ଆକ୍ରମଣରେ ୪ ମୃତ।ମୃତକମାନଙ୍କ ମଧ୍ୟରେ ବାପା-ପୁଅ ଓ ନାତି ସାମିଲ ଅଛନ୍ତି। ୩-ଭୁବନେଶ୍ୱର:BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା। ୪-ଭୁବନେଶ୍ୱରରେ ନିୟମ ଉଲଙ୍ଘନ କରିଥିବା ୮୭୪ ଓ କଟକରେ ୧୦୧୯ ଗାଡିକୁ ସିଜ୍‌ କଲା ପୋଲିସ୍‌। ୫-ମିଥ୍ୟା ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା […]

You May Like

Pin It on Pinterest