୧-ପାଣିପାଗ: ରାଜ୍ୟର ଅନେକ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ।୩ଦିନ କାଳବୈଶାଖୀ ସମ୍ଭାବନା।
୨-ବରଗଡ଼: ଦନ୍ତାହାତୀ ଆକ୍ରମଣରେ ୪ ମୃତ।ମୃତକମାନଙ୍କ ମଧ୍ୟରେ ବାପା-ପୁଅ ଓ ନାତି ସାମିଲ ଅଛନ୍ତି।
୩-ଭୁବନେଶ୍ୱର:BMC ପକ୍ଷରୁ ମୋବାଇଲ୍ ଭ୍ୟାନ୍ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା।
୪-ଭୁବନେଶ୍ୱରରେ ନିୟମ ଉଲଙ୍ଘନ କରିଥିବା ୮୭୪ ଓ କଟକରେ ୧୦୧୯ ଗାଡିକୁ ସିଜ୍ କଲା ପୋଲିସ୍।
୫-ମିଥ୍ୟା ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପଡିଲା ମହଙ୍ଗା, ଯୁବକକୁ ଗିରଫ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ।

୬-ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।ଏହି ନିର୍ଦ୍ଦେଶ ଏପ୍ରିଲ ୯ ତାରିଖ ସକାଳ ୭ଟାରୁ କାର୍ଯ୍ୟକ୍ଷମ ହେବ ।
୭-ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵନ, ବାଗଚୀ ଦେଲେ ସୂଚନା।
୮-ଲକଡାଉନ ପ୍ରଭାବ: ଦେଶରେ ଡିଜେଲ ବିକ୍ରି 15.5% ଓ ପେଟ୍ରୋଲ ବିକ୍ରି 24% କମିଛି।21ଦିନ ହେଲା ବଦଳି ନାହିଁ ତେଲ ଦର।
୯-ଯାଜପୁର:୧୬ନଂ ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ପୋଲିସ ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା,୫ପୋଲିସ କର୍ମଚାରୀଙ୍କ ସମେତ ଡ୍ରାଇଭର ଓ ହେଲପର ଗୁରୁତର।
୧୦-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ଓ ସାଂସଦ ୩୦% ଦରମା କାଟିବେ,MP ଲ୍ଯାଡ୍ ଫଣ୍ଡ ଦୁଇବର୍ଷ ସ୍ଥଗିତ।
୧୧-ମାଆମାନେ ଘରର ପୋଲିସ । ଅସାଧାରଣ ସମୟରେ ପରିବାର ଲୋକଙ୍କୁ ଅନୁଶାସନରେ ରଖନ୍ତୁ, ଘରୁ ଗୋଡ ନକାଢିବାକୁ ତାଗିଦ କରନ୍ତୁ…ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ ।
