ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବିୟୋଗରେ ଶୋକ…

ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୧୧/୧୧:ରାମଚଣ୍ଡୀ ଶିକ୍ଷା ନିକେତନ , ଛୋଟୀର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଆଦର୍ଶୋଦୀପ୍ତ ବ୍ୟକ୍ତିଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି।

କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ତିନି ଦଶନ୍ଧି କାଳ ନିଜ ନୀତିନିଷ୍ଠ ଶିକ୍ଷା ସେବାକୁ ସମର୍ପିତ କରି ସେ ସମଗ୍ର ଜିଲ୍ଲାରେ ଏକ ସମ୍ମାନ ଜନକ ଆସନ ଲାଭ କରିଥିଲେ। ତାଙ୍କ ଚାକିରୀ ଜୀବନରେ ସେ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଅର୍ଥରେ ଉଚ୍ଚ ଶିକ୍ଷା ଦେଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ଜଣେ ସର୍ବଗୁଣସମ୍ପନ୍ନ ବନ୍ଧୁ ବତ୍ସଳ ଉନ୍ନତ ସାମାଜିକ ମଣିଷ ଓ ସବୁ ବିଷୟରେ ଗଭୀର ଅନୁଶୀଳନ ଥିବା ସ୍ଵର୍ଗତ ଦାସ ତାଙ୍କ ସେବା ଜୀବନର ଶେଷ ତିନିବର୍ଷ ରାମଚଣ୍ଡୀ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଭାବେ ସୁଚାରୁ ରୂପେ ଦାୟିତ୍ୱ ସମ୍ପନ୍ନ କରି ଅବସର ଗ୍ରହଣ କରିଥିଲେ।

ଶିକ୍ଷକତା ବ୍ୟତୀତ ସମାଜସେବା, ବୃକ୍ଷରୋପଣ, ସାମାଜିକ , ଧାର୍ମିକଓ ସାଂସ୍କୃତିକ ଅନୁଷ୍ଠାନର ଅଗ୍ରଦୂତ ତଥା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ଉପସଭାପତି ଭାବେ ସମସ୍ତଙ୍କର ଆଦରଣୀୟ ଥିଲେ। ଗତକାଲି ବଡମଙ୍ଗରାଜପୁରସ୍ଥ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଅରବିନ୍ଦ ମୁଖାଗ୍ନି ଦେଇଥିଲେ।।

ସ୍ଵର୍ଗତ ଦାସଙ୍କ ବିୟୋଗରେ ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ମୁଖ୍ୟ ଉପଦେଷ୍ଟା କଣ୍ଡୁରି ଚରଣ ସ୍ଵାଇଁ , ସଭାପତି ହେମନ୍ତ ଜେନା , କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ମଲ୍ଲିକ , ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି , କୋରୋ ହାଇସ୍କୁଲ ପୂର୍ବତନ ସମ୍ପାଦକ ମନ୍ମଥନାଥ ବରାଳ , ପଣ୍ଡିତ ପର୍ଶୁରାମ ପଣ୍ଡା , ପଣ୍ଡିତ ରମେଶ ଚନ୍ଦ୍ର ଦାଶ, ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା , ଓଷ୍ଟା ସଂଘ ପୂର୍ବତନ ସମ୍ପାଦକ ତପନ କୁମାର ସିଂହ ,ଡେରାବିଶ ପଞ୍ଚାୟତ ସମିତିର ପ୍ରାକ୍ତନ ସଭାପତି ସରୋଜକାନ୍ତ ସାହୁ , ବରିଷ୍ଠ ସମାଜସେବୀ କୁମାର ଚନ୍ଦ୍ର ବଳ , ଶିକ୍ଷକ ନେତା ପ୍ରଣବ କୁମାର ଜେନା , ପରିବେଶବିତ୍ କାଶୀନାଥ ରାଉତରାୟ , ଗଣେଶ ଚନ୍ଦ୍ର ରାଉତ , ସ୍ମୃତି ରଞ୍ଜନ ଜେନା , ଅନିରୁଦ୍ଧ କୁମାର ସିଂହ , ଜୟନ୍ତ କୁମାର ପ୍ରଧାନ , ଗୋଲୋଖ ଚନ୍ଦ୍ର ମହାଭୋଈ , ପୂର୍ବତନ ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ବରାଳ ,ରଞ୍ଜିତ ପ୍ରସାଦ ଜେନା , କୃଷ୍ଣ ଚନ୍ଦ୍ର ସେଠୀ , ହରେକୃଷ୍ଣ ସିଂହ, ରଞ୍ଜନ କୁମାର ମଲ୍ଲିକ, ହିମାଂଶୁ ପରିଡ଼ା , ଅପର୍ତ୍ତିଚରଣ ସେଠୀ , ବିଷ୍ଣୁ ଚରଣ ସାମଲ ଏବଂ ବର୍ତ୍ତମାନର କୋରୋ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଜିଲ୍ଲାର ଶିକ୍ଷକ ଓ ବୁଦ୍ଧିଜୀବୀ ମାନେ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କୁ ସାନ୍ତ୍ବନା ପ୍ରଦାନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ଜନତା ପାର୍ଟି ଚାନ୍ଦୋଳ ମଣ୍ଡଳ ତରଫରୁ ସାମ୍ବାଦିକ ସମ୍ବିଳନୀ...

Sat Nov 12 , 2022
ଜୟନ୍ତ ଶତପଥୀ(ଚାନ୍ଦୋଳ):୧୨/୧୧- ଆଜି ଚାନ୍ଦୋଳ ଠାରେ ଭାରତୀୟ ଜନତା ପାର୍ଟି ଚାନ୍ଦୋଳ ମଣ୍ଡଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବିଳନୀ ରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଚାନ୍ଦୋଳ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ମଳିକ, ଦାନପୁର ପୂର୍ବତନ ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା, ଚଉଦ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାଥୀନୀ ମମତା ସେଠୀ ପ୍ରମୁଖ ଅଭିଭାଷଣ ରଖିଥିଲେ । ପ୍ରମୁଖ ସମସ୍ୟା ଗୁଡିକ […]

You May Like

Pin It on Pinterest