କିଛି ଲୋକ ହାତାସ, ଭୟ ଓ ଅନ୍ଧବିଶ୍ୱାସ କାରଣରୁ ମୋଦୀଙ୍କୁ ଗାଳି ଦେଉଛନ୍ତି- ପ୍ରଧାନମନ୍ତ୍ରୀ

 ବାସ୍ତବ ବ୍ୟୁରୋ : ଆଜି(ଶନିବାର) ତେଲେଙ୍ଗାନା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାର ବିଜେପିକର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି। ହେଲେ ଏହି ଗାଳିଗୁଡ଼ିକ ମୋ ପାଇଁ ପୋଷଣ ହେଇଯାଉଛି। ଏଥିରୁ ମୋତେ ଉର୍ଜା ମିଳୁଛି। ଆଉ ମୁଁ ଜନାତଙ୍କ ସେବା କରିପାରୁଛି । ଏହି ଗାଳିଗୁଡ଼ିକୁ ଦେହକୁ ନ ନନେବାକୁ ସେ କର୍ମୀଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ” କିଛି ଲୋକ ହାତାସ, ଭୟ ଓ ଅନ୍ଧବିଶ୍ୱାସ କାରଣରୁ ମୋଦୀଙ୍କୁ ଗାଳି ଦେଉଛନ୍ତି। ଭଳି ଭଳି ଗାଳି ଦିଆଯାଉଛି। ମୋଦୀଙ୍କୁ ଗାଳି ଦେବାକୁ ପୂରା ଅବିଧାନ ଲଗାଇଛନ୍ତି। ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛି ଏସବୁ କଥାରେ ଆପଣମାନେ ମନ ଦୁଃଖ କରନ୍ତୁ ନାହିଁ। କାରଣ ସେମାନଙ୍କର ପାଖରେ ଗାଳି ଦେବା ଛଡ଼ା ଆଉ କିଛି ନାହିଁ।”

 ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ନା ନନେଈ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନିଶାନା କରିଛନ୍ତି ଏବଂ କହିଛନ୍ତି ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ । ଲୋକେ ପ୍ରଥମେ ସରକାର ଆବଶ୍ୟକ କରନ୍ତି ପରିବାର ନୁହେଁ। 

କିଛି ଲୋକ ବିଜେପି ବିରୋଧରେ ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି। ଅଶାଳୀନ ଭାସା ପ୍ରୟୋଗ କରୁଛନ୍ତି। ମୁଁ ବିଜେପି କର୍ମୀମାନଙ୍କୁ ଅନୁାରୋଧ କରୁଛି ସେମାନେ ସେଥିରେ ଆଦୌ ବିଚଳିତ ନହୁଅନ୍ତୁ । ସେହିପରି ରାଜ୍ୟରେ କେନ୍ଦ୍ରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଛନ୍ତି ।ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ , ବିଭିନ୍ନ ଅଫିସର ଲୋକେସନ କେଉଁଠି ହେବ ଏମିତି ଅନେକ ନିଷ୍ପତ୍ତି ପାଇଁ କେସିଆର ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି । ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସବୁଠାରୁ ବଡ ପ୍ରତିବନ୍ଧକ । ତେଲେଙ୍ଗାନା ହେଉଛି ସୂଚନା ପ୍ରଯୁକ୍ତିର ଏକ କେନ୍ଦ୍ର। କିନ୍ତୁ ଏହି ଆଧୁନିକ ସହରରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି।  ଯାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଯଦି ତେଲେଙ୍ଗାନାକୁ ବିକଶିତ କରିବାକୁ ପଡିବ, ଆମକୁ ଛୁଆବର୍ଗଙ୍କୁ ଆଗକୁ ଆଣିବାକୁ ପଡ଼ିବ। ସେଥିପାଇଁ ଆମକୁ ଏଠାରୁ ଅନ୍ଧବିଶ୍ୱାସ ହଟାଇବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହେତୁବାଦୀ ସଂଗଠନ ମୂଖ୍ୟ ଙ୍କ ବିରୁଦ୍ଧରେ କଟକ ମର୍କତନଗର ଥାନା ରେ ଏତାଲା...

Sun Nov 13 , 2022
ସଂଜୟ ଶତପଥୀ(କଟକ): :ଆଜି ୧୩/୧୧/୨୦୨୨ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହେତୁବାଦୀ ସଂଗଠନ ର ମୁଖ୍ୟ ବି.ରାମଚନ୍ଦ୍ର.ଭୋଲଟାୟାର ଗଣମାଧ୍ୟମରେ ଦେଇଥିବା ହିନ୍ଦୁଧର୍ମର ପବିତ୍ର ପୁରାଣ ରାମାୟଣ ର ବିଶିଷ୍ଟ ଚରିତ୍ର,ଭାତୃଭକ୍ତ ଲକ୍ଷ୍ମଣଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଏତଲା ଦିଆଯାଇଈ। ଏହି ଏତଲା ଦାଏର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସିଂ ଙ୍କ ଆହ୍ୱାନକ୍ରମେ […]

You May Like

Pin It on Pinterest