ଭୀଷଣ ବର୍ଷାରେ ବେହାଲ ତାମିଲନାଡ଼ୁ….

ବାସ୍ତବ ବ୍ୟୁରୋ : ଭୀଷଣ ବର୍ଷାରେ ବେହାଲ ତାମିଲନାଡ଼ୁ । ତାମିଲନାଡ଼ୁରେ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାଇଗାଇ ଡ୍ୟାମ୍ ବନ୍ୟା ଜଳ ଛାଡ଼ିବା ପରେ ରାଜ୍ୟର ୫ ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି କରାଯାଇଛି ।

ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ଚିତଲାପାକମ୍ ଲେକ୍ର ପାଣି ଚମ୍ବାରାମ୍ ଅଞ୍ଚଳରେ ପ୍ରବେଶ କରିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି।

ତାମିଲନାଡ଼ୁର ଉତ୍ତର ଚେନ୍ନାଇ, ତିରୁଭାଲୁର, ଚେଙ୍ଗେଲପେଟ୍, କାଞ୍ଚିପୁରମ୍, ରାନିପେଟ୍, ଭିଲୁପୁରମ ଏବଂ କୁଡ଼ାଲୋର ଜିଲ୍ଲା ସମେତ ତାମିଲନାଡ଼ୁର କିଛି ଅଂଶରେ ଭାରତ ପାଣିପାଗ ବିଭାଗ (ଆଇଏମଡ଼ି)ରେଡ଼ ଆଲର୍ଟ ଜାରି କରିଛି। ବନ୍ୟାସ୍ଥିତି ମୁକାବିଲା କରିବାକୁ ରାଜ୍ୟରେ ଏନଡ଼ିଆରଏଫ ଦଳ ଓ ଏସଡ଼ିଆରଏଫ ଦଳ ମୁତୟନ କରାଯାଇଛି। ରାସ୍ତାରେ ପାଣି ଭରି ରହିବା ଯୋଗୁ ଘରୁ ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ଏବେ କଷ୍ଟକର ହୋଇପଡିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଏଏସଓ ବିଜ୍ଞପ୍ତି.....

Mon Nov 14 , 2022
ବାସ୍ତବ ବ୍ୟୁରୋ : ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ଏଏସଓ ବିଜ୍ଞପ୍ତି । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି। ଖବର ଅନୁଯାୟୀ, OPSC ପକ୍ଷରୁ ଏଏସଓର ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି […]

You May Like

Pin It on Pinterest