କେନ୍ଦ୍ରାପଡ଼ାରେ କରୋନାର କୋକୁଆ ଭୟ

ବାସ୍ତବ ବ୍ୟୁରୋ-ଗତକାଲି ରାତିରେ କେନ୍ଦ୍ରାପଡାର ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସେ ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ଆକ୍ରାନ୍ତଙ୍କ ଗାଁର ୩ କିମି  ପରିଧି ଭିତରେ ଥିବା ୧୨ଟି ଗାଁକୁ ସିଲ୍ କରି ଦିଆଯାଇଛି।ତିନୋଟି ପଞ୍ଚାୟତର ଏହି ସମସ୍ତ ଗାଁକୁ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କଟକର ଅଶ୍ୱିନୀ ହସ୍ପିଟାଲକୁ ଉକ୍ତ କରୋନା ଆକ୍ରାନ୍ତଙ୍କୁ  ସ୍ଥାନାନ୍ତର କରାଯାଇଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡାରେ କେମିତି ପହଞ୍ଚିଲା କୋରୋନା

Tue Apr 7 , 2020
କେନ୍ଦ୍ରାପଡ଼ା ଆଳି ଥାନା ଠାରୁ 2-3 କିଲୋମିଟର ଦୂର ଗୋଟିଏ ଗାଁର ଜଣେ ଓଡ଼ିଆ ଯୁବକ ଆବୁଧାବିରେ ପାଣିପାଇପ୍ ମିସ୍ତ୍ରୀ କାମ କରନ୍ତି ! କରୋନା ପାଇଁ ସାରା ଦେଶ ଯେତେବେଳ ଥରହର ସେ ସମୟରେ ସେ ଦୁବାଇ ବାଟ ଦେଇ ଗାଁକୁ ଫେରି ଆସିଲେ ! 22 ରେ ଆନ୍ତର୍ଜାତୀୟ ଉଡାଣ ବନ୍ଦ ର ପୂର୍ବଦିନ ଅର୍ଥାତ୍ 21 ତାରିଖରେ ଦୁବାଇରୁ ଆସି ଦିଲ୍ଲୀରେ ପହଂଚିବା ପରେ ସେଠି […]

You May Like

Pin It on Pinterest