ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଏଏସଓ ବିଜ୍ଞପ୍ତି…..

ବାସ୍ତବ ବ୍ୟୁରୋ : ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ଏଏସଓ ବିଜ୍ଞପ୍ତି । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।

ଖବର ଅନୁଯାୟୀ, OPSC ପକ୍ଷରୁ ଏଏସଓର ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ସପ୍ତାହରେ ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶହ ଶହ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲେ । ଆଜି (ସୋମବାର) ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।

ତେବେ କୋର୍ଟର ଏହି ରାୟ ପରେ ଅସନ୍ତୁଷ୍ଟ ଥିବା ପ୍ରାର୍ଥୀଙ୍କ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜି-୨୦ ଶିଖର ସମ୍ମିଳନୀ: ମୋଦିଙ୍କ ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ...

Tue Nov 15 , 2022
ବାସ୍ତବ ବ୍ୟୁରୋ : ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ବବାସୀଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି, ବିଶ୍ବ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ୟୁକ୍ରେନ-ଋଷ୍ ଯୁଦ୍ଧ ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ସେହିପରି ମହାମାରୀ କୋଭିଡ୍ ଓ ଜଳବାୟୁ ପରିବର୍ତ୍ତନ […]

You May Like

Pin It on Pinterest