
ସଂଜୟ ଶତପଥୀ(କଟକ): ହିନ୍ଦୁଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ, ପବିତ୍ର ଆଧ୍ୟାତ୍ମିକ ପୁସ୍ତକ ଶ୍ରୀ ରାମାୟଣର ଶ୍ରେଷ୍ଠ ଚରିତ୍ର ତଥା ପ୍ରଭୁ ଶ୍ରୀ ଶେଷନାଗ ଲକ୍ଷ୍ମଣ,ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତି ହେତୁବାଦୀମାନଙ୍କର ତାତ୍ସଲ୍ୟ ଓ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ, ରାଜ୍ୟର ବହୁ ପୋଲିସ୍ ଥାନାରେ ଏତାଲା ଋଜୁ ହୋଇନଥଲେବି ,ପୋଲିସ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବା ତଥା ବିଶେଷ କରି ରାଜ୍ୟ ସରକାର ସବୁ ଜାଣି ଚୁପ୍ ରହିବାକୁ କେନ୍ଦ୍ର କରି ଏହାର ପ୍ରତିବାଦରେ ଆଜି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବିପତ୍ର ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସନାତନ ଧର୍ମରକ୍ଷା ସମିତି କଟକ, ବିଶ୍ବହିନ୍ଦୁ ପରିଷଦ, ସନାତନ ଧର୍ମାବଲମ୍ବୀ ଗୋଷ୍ଠୀ, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ, ତୁଳସୀ ସେବା ସଂସ୍ଥା, କଟକ,ହିନ୍ଦୁ ସେନା, କଟକ ଏବଂ ଅନ୍ୟ ବହୁ ସନାତନ ଧର୍ମୀ ତଥା ଶ୍ରୀଜଗନ୍ନାଥ ପ୍ରେମୀ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତା, ସଦସ୍ୟଙ୍କ ବହୁ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଏକ ବିଶାଳ ଶୋଭାଯାତ୍ରା କଟକ”ସମାଜ” କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ପଦଯାତ୍ରା କରି କଟକ ବକ୍ସିବଜାରସ୍ଥିତ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।

ବିଶ୍ବହିନ୍ଦୁ ପରିଷଦର କଟକ ଜିଲ୍ଲା ମୂଖ୍ୟ ଶ୍ରୀ ମାନସ ରଞ୍ଜନ ପଣ୍ଡା ଏହି ପଦଯାତ୍ରାର ମୁଖ୍ୟ ସଞ୍ଚାଳକ ଥିବା ବେଳେ ଓଡ଼ିଶା ହିନ୍ଦୁ ସେନାର ଉପଦେଷ୍ଟା ଶ୍ରୀ ସଞ୍ଜିତ୍ ସାମଲ ଏହାର ନେତୃତ୍ୱ ନେଇଥିଲେ। ଦାବିପତ୍ର ପ୍ରଦାନ ଉଦ୍ଦେଶ୍ୟର ପ୍ରଶ୍ନର ଉତ୍ତରରେ ଯଦି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ମହୋଦୟ ଆଜିର ଦାବୀପତ୍ର ଉପରେ କୈାଣସି ବିଚାର ନ କରନ୍ତି ବା ହେତୁବାଦୀଙ୍କ ବିରୋଧରେ ଓଡ଼ିଶାର ବିଭିନ୍ନ ପୋଲିସ୍ ଥାନାରେ ଦିଆଯାଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ନ ଦିଅନ୍ତି ଯାହାକି ସାଢେ଼ ଚାରିକୋଟି ଓଡ଼ିଆଙ୍କର ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି, ତେବେ ଓଡ଼ିଶାର ସମସ୍ତ ହିନ୍ଦୁ ଅନୁଷ୍ଠାନ, ହିନ୍ଦୁ ଧର୍ମାବଲମ୍ବୀ ଓ ସମସ୍ତ ଓଡ଼ିଆ ଜାତି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
ଆହୁରି ମଧ୍ୟ ହେତୁବାଦୀ ସଂଗଠନ ର ଜନୈକ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ବିଧାୟକ ଗତ ଚନ୍ଦ୍ର ଗ୍ରହଣରେ ଲୋହିଆ ଏକାଡେମୀରେ ହେଉଥିବା ସଭାରେ ଗଣମାଧ୍ୟମ ସମ୍ମୁଖରେ ସେହି ସଭାରେ ହେତୁବାଦୀଙ୍କ ସହ ମାଓବାଦୀ ଅଛନ୍ତି ବୋଲି ପ୍ରକାଶ୍ୟରେ ବିବୃତି ଦେବାପରେ ମଧ୍ୟ ରାଜ୍ୟ ପ୍ରଶାସନ ଓ ପୋଲିସ ପ୍ରଶାସନ ନୀରବ ରହିବା ସମଗ୍ର ଓଡ଼ିଆ ଜାତି ଲାଗି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁଳସୀ ସେବା ସଂସ୍ଥାର ମୁଖ୍ୟ କୋହଭରା ହୃଦୟରେ ଏକ ତୁଳସୀ ବୃକ୍ଷ ମାନନୀୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦେବା ସହ ଏହି ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶ୍ରୀ ସୁନୀଲ ଶର୍ମା, ସନାତନ ଧର୍ମାବଲମ୍ବୀ, ଶ୍ରୀ ସୀତାକାନ୍ତ ରାମନାଥନ୍, ଦଳପତି,ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ, ମଧୁପୁର ଶାଖା, ଶ୍ରୀ ଶୁଭେନ୍ଦୁ ସ୍ୱାଇଁ, ସଂସ୍କୃତି ସଂପାଦକ, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ, ପୁରୀ, ଶ୍ରୀ ଦେବାଶିଷ ରାଉତ, ସଭାପତି, ରାଜ୍ୟ ହିନ୍ଦୁ ସେନା,ଓଡିଶାଙ୍କ ସହ ବହୁ ସନାତନପ୍ରେମୀ ଯୋଗଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିଲା।