ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….

ବାସ୍ତବ ବ୍ୟୁରୋ: ଆସନ୍ତା ବର୍ଷ ଭାରତ ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଜି ଇଣ୍ଡୋନେସିଆର ବାଲି ଠାରେ ଭାରତକୁ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଛି । ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ।

ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ। ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ।

ମୋଦି କହିଛନ୍ତି, ଆମେ ଜି-୨୦ ସମ୍ମିଳନୀ ଭାରତର ଦିଲ୍ଲୀ, ଚେନ୍ନାଇ, କୋଲକାତା, ମୁମ୍ବାଇ ଇତ୍ୟାଦି ପ୍ରମୁଖ ସହରରେ ଆୟୋଜନ କରିବୁ। ଆମେ ସମସ୍ତେ ଏକାଠି ଜି-୨୦କୁ ବିଶ୍ୱ ପରିବର୍ତ୍ତନର ଗୋଟିଏ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିବା ।

ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ଗୋଟିଏ ପୃଥିବୀ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ ରହିବ ବୋଲି ମୋଦି ସମସ୍ତଙ୍କୁ ସୂଚନା ଦେଇଛନ୍ତି।

ଆଗାମୀ ଜି-୨୦ ଶିଖର ସମ୍ମିଳନୀ ଭାରତ ଦ୍ୱାରା ଆୟୋଜିତ ହୋଇଥିବା ସର୍ବୋଚ୍ଚ ଅନ୍ତର୍ଜାତୀୟ ସମ୍ମିଳନୀ ହେବ । ସରକାରୀ ସୂତ୍ର ଅନୁଯାୟୀ, ଅକ୍ଟୋବର-ନଭେମ୍ବର ୨୦୨୩ ରେ ଏହି ସମ୍ମିଳନୀ ଦିଲ୍ଲୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ମାନ୍ୟତା ମିବାର ପ୍ରତିଶୃତି....

Wed Nov 16 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]

You May Like

Pin It on Pinterest