ଜାରିହେଲା ଟେଲିମେଡିସିନ୍ ହେଲ୍ପଲାଇନ୍

ବାସ୍ତବ ବ୍ୟୁରୋ-କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁ ପ୍ରାୟଶଃ କରୁଛନ୍ତି, ତେବେ ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ।

ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ । ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ । ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ । ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର । କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି । ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି । ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ । ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି । କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯେଗେ ଲୋକଙ୍କୁ ମେଡିସିନ୍ ପରାମର୍ଶ ଦେବାକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ଏହି ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବେ । ସେପେଟ ଜନତାଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତରଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅଭିଜ୍ଞ ଡାକ୍ତାରମାନେ www.bit.iy/Indiatelemed ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଂଜିକରଣ କରିପାରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଦେଇଥିବା ଶିକ୍ଷା

Wed Apr 8 , 2020
୧. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି। ୨. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ। ୩. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା। ୪. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ। ୫. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା। ୬. ଭାରତୀୟ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ […]

You May Like

Pin It on Pinterest