
ବାସ୍ତବ ବ୍ୟୁରୋ : ଆଜି ଭାରତୀୟ ନିର୍ବାଚନ କମିଶନରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଅରୁଣ ଗୋଏଲ। ଶ୍ରୀ ଗୋଏଲ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ।
ନିର୍ବାଚନ କମିଶନରରେ ମୁଖ୍ୟ କମିଶନରଙ୍କ ବ୍ୟତୀତ ଦୁଇ ଜଣ ସଦସ୍ୟ କମିଶନର ଭାବେ କାର୍ଯ୍ୟ କରନ୍ତି। ତେଣୁ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। ସେହିପରି ଆଉ ଜଣେ ନିର୍ବାଚନ କମିଶନର ହେଲେ ଅନୂପ ଚନ୍ଦ୍ର ପାଣ୍ଡେ। ତୃତୀୟ ପଦଟି ୬ ମାସ ହେଲା ଖାଲି ପଡ଼ିଥିଲା।
ଶ୍ରୀ ଗୋଏଲ ହେଉଛନ୍ତି ୧୯୮୫ ବ୍ୟାଚ୍ର ଆଇଏଏସ୍ କ୍ୟାଡର। ଶ୍ରୀ ଗୋଏଲ ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୨ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। କିନ୍ତୁ ସେ ୧୮.୧୧.୨୦୨୨ରେ ସ୍ୱେଚ୍ଛାକୃତ ଭାବେ ସଚିବ ପଦରୁ ଅବସର ନେଇ ଯାଇଥିଲେ। ଏହାର ଦିନକ ପରେ ତାଙ୍କୁ ଦେଶର ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି।