ଆଦର୍ଶ ପ୍ରଧାନଶିକ୍ଷକ ସ୍ଵର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜୟନ୍ତ ଶତପଥୀ(ଡେରାବିଶ): କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବଡ଼ ମଙ୍ଗରାଜପୁର ଗ୍ରାମର ବନଭୋଜୀ ମହାପୁରୁଷ ପ୍ରାଙ୍ଗଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ଵାଦଶlହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଶିକ୍ଷାବିତ ଗୋଲଖ ଚନ୍ଦ୍ର ସାହୁଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି।

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରୟୋଜିତ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା ପରିଚାଳନା କରିଥିଲେ। ସଭାର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ଦାସଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ପଣ୍ଡିତ କୈଳାସ ଚନ୍ଦ୍ର ନନ୍ଦ ବେଦପାଠ ଓ ଗୀତାପାଠ କରିଥିଲେ। ଇତ୍ୟବସରରେ ଆତ୍ମାଙ୍କ ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ମଞ୍ଜୁଶ୍ରୀ ବରାଳ , ଅଧ୍ୟାପକ ଗୋଲୋଖ ଚନ୍ଦ୍ର ମହାଭୋଇ , ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା, ପଣ୍ଡିତ ରମେଶ ଚନ୍ଦ୍ର ଦାଶ , ପୂର୍ବତନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, ଗୀତିକାର ପ୍ରଦୀପ ଦାସ, ଅଧ୍ୟାପକ ପ୍ରଭାକର ଦାସ , ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ , ରାମଚଣ୍ଡୀ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ ଏବଂ ନରସିଂହ ସାହୁଙ୍କ ସମେତ ରାଜଶ୍ରୀର ସହ ସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତି ସେଠୀ, କବୟିତ୍ରୀ ଗୀତାଞ୍ଜଳି ସାହୁ, ସାମ୍ୱାଦିକ ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ଶିକ୍ଷକ ଭାସ୍କର ସାହୁ, ଛାତ୍ର ମହେଶ୍ବର ନାୟକ , ଲକ୍ଷ୍ମୀଧର ପଲାଇ, ଶ୍ୟାମସୁନ୍ଦର ଦାସ ପ୍ରମୂଖ ଦିବଂଗତ ଗୋବିନ୍ଦ ସାରଙ୍କ ଆଦର୍ଶ ଶିକ୍ଷକ ଜୀବନର ସାର୍ଥକତା ଉପରେ ଆଲୋକପାତ କରି ଶ୍ରଦ୍ଧା ନିବେଦନ କରିଥିଲେ।

କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ରାମଚଣ୍ଡୀ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଭାବେ ତାଙ୍କର ଦୀର୍ଘ ତିରିଶ ବର୍ଷର ନୀତିନିଷ୍ଠ ସେବା ତାଙ୍କୁ ଅମର କରି ରଖିବ ବୋଲି ଶ୍ରଦ୍ଧାଳୁ ମାନେ ମତ ବ୍ୟକ୍ତ କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ଅନେକ ଗରିବ ଛାତ୍ରଙ୍କୁ ନିଜସ୍ୱ ଖର୍ଚ୍ଚ ରେ ପାଠ ପଢାଇ ମଣିଷ କରାଇବା ସଙ୍ଗେ ସଙ୍ଗେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀର ଉପସଭାପତି, ଶ୍ରୀ ଅରବିନ୍ଦ ପାଠ୍ୟଚକ୍ରର ପ୍ରତିଷ୍ଠାତା , ସଭାପତି ଏବଂ ଡେରାବିଶ ମଣ୍ଡଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରତିଷ୍ଠାତା ଭାବରେ ସୂଚାରୁ କାର୍ଯ୍ୟ ସମ୍ପାଦନ କରିବା ସହିତ ସାମାଜିକ ବନୀକରଣ ପାଇଁ ତାଙ୍କର ଉତ୍ସର୍ଗୀକୃତ କର୍ମ ଯୋଜନା ତାଙ୍କୁ ଅମର କରି ରଖିବ ବୋଲି ଶ୍ରଦ୍ଧାଳୁ ମାନେ ସ୍ମୃତି ଚାରଣ କରି କହିଥିଲେ।।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କାଙ୍ଗାଳି ଚରଣ ଵାରିକ , କୃଷ୍ଣଚନ୍ଦ୍ର ସେଠୀ, କରୁଣା କର ସାହୁ , ଗୋଲୋଖ ଚନ୍ଦ୍ର ପ୍ରଧାନ, ଧ୍ରୁବ ଚରଣ ଦାସ, ମୀନକେତନ ଦାସ, ସୁରେନ୍ଦ୍ର କୁମାର ଦାସ, ରଞ୍ଜନ କୁମାର ଦାସ , ପ୍ରେମାନନ୍ଦ ହରିଚନ୍ଦନ, କୃଷ୍ଣଚନ୍ଦ୍ର ମଲିକ , ରଞ୍ଜନ କୁମାର ଦଳାଇ, ସୁରେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ପାତ୍ର , ଅକ୍ଷୟ କୁମାର ତରାଇ ଆଦି ସ୍ମୃତି ଚାରଣ କରିଥିବା ବେଳେ ସ୍ଵର୍ଗତ ଦାସଙ୍କ ଏକମାତ୍ର ପୁତ୍ର ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶିକ୍ଷକ ଓହ୍ଲାଇଲେ ରାଜରାସ୍ତାକୁ,ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ୩ ଦଫା ଦାବି...

Sun Nov 20 , 2022
ସଂଜୟ ଶତପଥୀ(କଟକ): କଟକ ସଦର ଓ କଟକ ମହାନଗର ନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଶଙ୍କର୍ଷଣ ବେହେରାଙ୍କ ନେତୃତ୍ବରେ କଟକ ଜିଲ୍ଲାର ଶତାଧିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ସନସାଇନ ପଡିଆ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଟକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ […]

You May Like

Pin It on Pinterest