ଶିକ୍ଷକ ଓହ୍ଲାଇଲେ ରାଜରାସ୍ତାକୁ,ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ୩ ଦଫା ଦାବି…

ସଂଜୟ ଶତପଥୀ(କଟକ): କଟକ ସଦର ଓ କଟକ ମହାନଗର ନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଶଙ୍କର୍ଷଣ ବେହେରାଙ୍କ ନେତୃତ୍ବରେ କଟକ ଜିଲ୍ଲାର ଶତାଧିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ସନସାଇନ ପଡିଆ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଟକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ଵତୀ କାନୁନଗୋଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ମହାସଂଘର କର୍ମକର୍ତ୍ତାଙ୍କ ମତାମତ ସଂଗ୍ରହ ଅବସରରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ୬ ବର୍ଷର ଠିକା ଚାକିରିକୁ ନିୟମିତ ଗଣନା କରିବା ଓ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ଏହି ଆନ୍ଦୋଳନ ର ମୁଖ୍ୟ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା।ଗତ ତା ୧୬/୧୦/୨୦୨୨ ରିଖ ରେ ରାଜ୍ୟ ସରକାର ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷାକୁ ସାମିଲ୍ ନ କରିବା ପରିତାପର ବିଷୟ।ଯଦି ସରକାର ଏହି ଦାବୀର ସମାଧାନ ଆସନ୍ତା ୦୭ ଦିନ ମଧ୍ୟରେ ନ କରନ୍ତି ତେବେ ଆସନ୍ତା ତା୨୭/୧୧/୨୦୨୨ ଠାରୁ ରାଜଧାନୀ ଭୁବନେଶ୍ବରର ରାଜରାସ୍ତାରେ ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ଏବଂ ଦେଶର ଆଗାମୀ ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କ ର ଯେଉଁ କ୍ଷତି ହେବ ସେଥିଲାଗି ସରକାର ଦାୟୀ ରହିବେ ବୋଲି ବ୍ଲକ ସଭାପତି ଶ୍ରୀ ଉମାକାନ୍ତ ବେହେରା ପ୍ରକାଶ କରିଥିଲେ।

ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମହାସଂଘର ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଶତପଥୀ, ଶିକ୍ଷକ ଶ୍ରୀ ରାଜକିଶୋର ସାହୁ, ଶ୍ରୀ ରକିବ୍ ଅହମ୍ମଦ, ଶ୍ରୀ ଅନାଥ ବେହେରା, ଶ୍ରୀ ଶରତଚନ୍ଦ୍ର ଦାସ, ଶ୍ରୀମତୀ ସଙ୍ଗୀତା ଦାସ, ଶ୍ରୀ ବାସୁଦେବ ନାୟକ, ଶ୍ରୀ ପ୍ରଭାତ ଜେନା, ଶ୍ରୀ ଆରତ ରଞ୍ଜନ ସାହୁ,ସାଜିଦ୍ ଅଲ୍ଲୀ ଖାନ୍, ଶ୍ରୀ ସନାତନ ବେହେରା,ସେକ୍ ସିରାଜ୍ଜୁଲ୍ଲା, ଶ୍ରୀମତୀ ଭାରତୀ ପଦ୍ମଜା ମହାନ୍ତି, ଶ୍ରୀମତୀ ଭାରତୀ କାନୁନଗୋ, ଶ୍ରୀମତୀ ରେନୀ ନନ୍ଦ, ଶ୍ରୀ ବିରଞ୍ଚି ବେହେରା,ଶ୍ରୀ ରବିନାରାୟଣ ମହାନ୍ତି, ଶ୍ରୀ ଅଞ୍ଜନ କୁମାର ସେଠୀ , ଶ୍ରୀ ଅଜିତ୍ ସେନାପତି ଓ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଲାଲବାଗ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନଭେମ୍ବର ୨୧ ରୁ ବଜେଟ୍ ପୂର୍ବ ବୈଠକ ଆରମ୍ଭ କରିବେ ଅର୍ଥମନ୍ତ୍ରୀ ସୀତାରମଣ...

Sun Nov 20 , 2022
ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ। ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ […]

You May Like

Pin It on Pinterest