୨୭ ନଭେମ୍ବରରୁ ଆନ୍ଦୋଳନ ଲାଗି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ପ୍ରସ୍ତୁତି ବୈଠକ…

ସଂଜୟ ଶତପଥୀ(କଟକ): ୨୦/୧୧-ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆଜି (ରବିବାର) ଦିନ ନେହେରୁ ନୋଡାଲ ବିଦ୍ୟାଳୟ, ନୂଆ ବଜାର, କଟକ ଠାରେ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଭୁବନେଶ୍ଵରର PMG ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବ୍ଲକ ସଭାପତି ଉମାକାନ୍ତ ବେହେରା ଓ ସଂପାଦକ ସୁବାସ ଶତପଥୀ ଓ ଜିଲ୍ଲା ସଭାପତି ଶଙ୍କର୍ଷଣ ବେହେରା, ରାଜକିଶୋର ସାହୁ , ମାଧବାନନ୍ଦ ଦାସ, ଶଙ୍କର ସ୍ବାଇଁ, ବାସୁଦେବ ନାୟକ, ପ୍ରଭାତ ଜେନା, ଅନାଥ ବେହେରା, ରକିବ ମହମ୍ମଦ,ସାଜିଦ୍ ଅଲ୍ଲୀ ଖାନ୍ , ସନାତନ ବେହେରା, ସେକ୍ ସିରାଜଉଦ୍ଦୁଲ୍ଲା , କାଶିଫୁଲ ଇସଲାମ, ଶରତ ଚନ୍ଦ୍ର ଦାସ, ବିରଞ୍ଚି ବେହେରା, ସଙ୍ଗୀତା ଦାସ, ଭାରତୀ ପଦ୍ମଜା ମହାନ୍ତି, ସନ୍ତୋଷ କୁମାର ପ୍ରଧାନ,ଅଞ୍ଜନ ସେଠୀ, ଆରତ ଭଞ୍ଜନ ସାହୁ , ଅଜିତ୍ ସେନାପତି, ବିରଜା ମିଶ୍ର, ଆଗା ଅଜମତ୍, ରବି ନାରାୟଣ ମହାନ୍ତି ପ୍ରମୁଖ ଙ୍କ ସହ ୬୦୦ରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ଆସନ୍ତା ୭ଦିନ ମଧ୍ୟ ରେ ୩ଦଫା ଦାବିକୁ ସରକାର ମାନି ନ ନେଲେ ସମଗ୍ର ଓଡ଼ିଶାର ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ସହିତ କଟକ ଜିଲ୍ଲା ର ୧୩ବ୍ଲକ ଏବଂ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସବୁ ପ୍ରାଥମିକ ଶିକ୍ଷକ ଭୁବନେଶ୍ଵର ବିଧାନ ସଭା ସମ୍ମୁଖ PMG ରାଜରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ବିକ୍ଷୋଭ ଚାଲୁରହିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି...

Mon Nov 21 , 2022
ପ୍ରମୋଦନାୟକ(ଭୁବନେଶ୍ବର): ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି । ସନ୍ଧ୍ୟା ୬ ପରିବର୍ତ୍ତେ ସନ୍ଧ୍ୟା ୭ଟା ଯାଏ ଗୃହକାର୍ଯ୍ୟ ଚାଲିବ। ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ଵାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି […]

You May Like

Pin It on Pinterest