ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି…

ପ୍ରମୋଦନାୟକ(ଭୁବନେଶ୍ବର): ଆଉ ୧ ଘଣ୍ଟା ବୃଦ୍ଧି ପାଇଲା ବିଧାନସଭା ଅବଧି । ସନ୍ଧ୍ୟା ୬ ପରିବର୍ତ୍ତେ ସନ୍ଧ୍ୟା ୭ଟା ଯାଏ ଗୃହକାର୍ଯ୍ୟ ଚାଲିବ। ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ଵାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି ।

ସେହିଭଳି ବିଧାନସଭାରୁ ହଟିଲା କୋଭିଡ଼ କଟକଣା । ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ଆସନ୍ତା ୨୪ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ...

Mon Nov 21 , 2022
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଛନ୍ତି। ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ରାସ୍ତାଘାଟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ […]

You May Like

Pin It on Pinterest