କରୋନା ଦେଇଥିବା ଶିକ୍ଷା

୧. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି।

୨. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ।

୩. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା।

୪. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ।

୫. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା।

୬. ଭାରତୀୟ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ ଠାରୁ ଅଧିକ।

୭. ବିଦେଶୀ କମ୍ପାନୀ ମାନେ କେବଳ ଭାରତରୁ ଅର୍ଥ ନେବା ଜାଣନ୍ତି। ବିପଦ ସମୟରେ ଭାରତୀୟ କମ୍ପାନୀ ଗୁଡ଼ିକ ହିଁ ଅର୍ଥ ଓ ସମୟ ଦାନ କଲେ।

୮. କୌଣସି ପାଦ୍ରୀ, ପୂଜାରୀ, ଜ୍ୟୋତିଷ ବା ମୌଲବୀ ଆମକୁ କୌଣସି ରୋଗ ଠାରୁ ବଞ୍ଚାଇ ପାରିବେ ନାହିଁ।

୯. ସ୍ବାସ୍ଥ୍ୟକର୍ମୀ, ପୁଲିସ୍ , ଶିକ୍ଷାବିତ୍, ପ୍ରଶାସନ କର୍ମଚାରୀ ହିଁ ଅସଲୀ ହୀରୋ। କ୍ରିକେଟ୍ ଖେଳାଳୀ ବା ଫିଲ୍ମ୍ ତାରକା ନୁହଁନ୍ତି।

୧୦. ବିନା ବ୍ୟବହାରରେ ସାରା ବିଶ୍ବରେ ସୁନା , ରୂପା, ପେଟ୍ରୋଲ, ଡିଜେଲ୍ ର କୌଣସି ମୂଲ୍ୟ ନାହିଁ। ବର୍ତମାନ ଏସବୁ ର ଦର ଓ ମୂଲ୍ୟ ନଗଣ୍ୟ। ବ୍ୟବହାର କମ୍ କରନ୍ତୁ, ଦର ଆପଣା ଛାଏଁ କମିଯିବ।

୧୧ ପ୍ରଥମ ଥର ପଶୁପକ୍ଷୀ ବି ଅନୁଭବ କଲେକି ଏ ପୃଥିବୀଟି ସେମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ।

୧୨. ମାଆ ଓ ମାତୃଭୂମି ହିଁ ସର୍ବୋପରୀ ଅଟନ୍ତି।

୧୩. ପ୍ରଥମଥର ପାଇଁ ମହାନଗର ମାନଙ୍କ ପିଲାଙ୍କୁ ଅନୁଭବ ହେଲା ଯେ ସତରେ ତାରା ମାନେ ଆକାଶରେ ଉଜ୍ଵଳମାନ୍ ହୁଅନ୍ତି।

୧୪. ବିଶ୍ଵର ଅଧିକାଂଶ କାମ ଘରେ ଥାଇ ବି କରାଯାଇପାରେ।

୧୫. ଆମେ ଓ ଆମ ପିଲାମାନେ ବିନା ଜଙ୍କଫୁଡ୍ ରେ ବି ବଞ୍ଚି ପାରିବେ ଓ ସୁସ୍ଥ ମଧ୍ୟ ରହିପାରିବେ।

୧୬. ପରିଷ୍କାର ପରିଚ୍ଛନ୍ନ ଜୀବନଯାପନ କରିବା କଷ୍ଟକର ବ୍ୟାପାର ନୁହେଁ। କେବଳ ଇଛାଶକ୍ତିର ଆବଶ୍ୟକତା ରହିଛି।

୧୭. ରୋଷେଇ ପୁରୁଷ ମାନେ ବି କରିପାରିବେ।

୧୮. ଭାରତୀୟ ନାରୀ ମାନଙ୍କ ପାଇଁ ହିଁ ଘର ମନ୍ଦିର ବନି ପାରେ।

୧୯. କେବଳ କିଛି ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଭାରତୀୟ ଧନୀ ମାନଙ୍କ ଭିତରେ ମାନବତା ଭରି ରହିଛି।

୨୦. ଯୌଥ ପରିବାର ଏକକ ପରିବାର ଠାରୁ ବହୁତ ଭଲ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Apr 8 , 2020
୧-ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ୨-ଲକ୍‌ଡାଉନ୍‌ ହଟିଲେ ବି ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ମଲ୍-ସ୍କୁଲ, ପ୍ରଧାନମନ୍ତ୍ରୀଙ୍କୁ GoMର ସୁପାରିଶ। ୩-ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ ହାଟରେ କେବଳ ଖୋଲା ରହିବ ହୋଲସେଲିଂ ଦୋକାନ, ଜନଗହଳିକୁ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶ। ୪-ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଗାଡି: ପାସ୍ ନଥିବା ଲୋକଙ୍କୁ ତେଲ ନଦେବାକୁ ସହରର ସବୁ ପେଟ୍ରୋଲ […]

You May Like

Pin It on Pinterest