ବାସ୍ତବ ବ୍ୟୁରୋ:ବଦଳୁଛି ରାଜନୀତି ପାଣିପାଗ । ଯାଜପୁରର ବିଜେଡ଼ିର ସର୍ବେସର୍ବା ଅର୍ଥାତ୍ ବିରୋଧୀଙ୍କ କହିବା ଅନୁଯାୟୀ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାଶ (ବବି) ଏଥର ନିର୍ବାଚନ ନଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଛି । ଗତକାଲି ନିର୍ବାଚନ ବିଗୁଲ ବାଜିବା ପରେ ଲୋକସଭା ସହ ବିଧାନସଭା ସିଟ୍ ଉପରେ ଆଶୟୀ ପ୍ରର୍ଥୀଙ୍କ ନଜର ରହିଥିବା ବେଳେ କିନ୍ତୁ ବବିଙ୍କ ଆଶନ କେତେ ସୁରକ୍ଷା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ଏଥର ନିର୍ବାଚନରେ ବବି ପ୍ରାର୍ଥୀ ନହୋଇ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏବଂ ତାଙ୍କ ସ୍ଥାନରେ ତାଙ୍କ ଦାଦା ପୁଅ ଭାଇ ଅର୍ଥାତ୍ ପୂର୍ବତନ ପୌରାଧ୍ୟକ୍ଷ ଭାବ ପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରିପାରନ୍ତି ବୋଲି କୁହାଯାଉଛି ।
ଅନ୍ୟ ପଟେ ବବି ନିଜେ ଟିକେଟ୍ ନେବେ ନାହିଁ କି ତାଙ୍କ ସହ ଭଲ ସମ୍ପର୍କ ନଥିବା ଦଳୀୟ ନେତାଙ୍କୁ ଟିକେଟ୍ ଦେବେନାହିଁ ବୋଲି ମଧ୍ୟ ଚର୍ଚ୍ଚା ଯୋରଧରିଛି । ଏହି ସମୟରେ ବିଜେଡ଼ିକୁ ଟକ୍କର ଦେବା ପାଇଁ କଂଗ୍ରେସ ଟାଣୁଆ ନେତା ଖୋଜିବାରେ ଲାଗିଥିବା ବେଳେ । ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଏଠାରୁ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଯାଜପୁର ରାଜନୀତି ରୋଚକ ମୋଡ଼ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଉତ୍ଥାନ ପତନ ଦେଇ ଆଗେଇ ଚାଲିଥିବା ଗୈାତମ କିପରି ବବିଙ୍କୁ ଟକ୍କର ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି।
କାରଣ ପଞ୍ଚାୟତ ନିର୍ବାଚନରେ ବିଜେପିକୁ କିଛି ପରିମାଣରେ ସଫଳତା ମିଳିଥିଲେ ହେଁ, ଭୁଲ ଗୋଟି ଚାଳନା, ନୂଆ-ପୁରୁଣା ଲଢେଇରେ ସଂଗଠନ ଦୋହଲି ଯାଇଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ବିଜେଡ଼ି ନେତାଙ୍କ ପାଇଁ ସର୍ତକ ଘଣ୍ଟି ଥିଲା। ଏହାକୁ ବିଜେଡ଼ି ନେତାମାନେ ଗୁରୁତ୍ବ ଦେଇ ନିଜର ସ୍ଥିତି ସୁଧାରିବାରେ ଲାଗିଛନ୍ତି।