
ବାସ୍ତବ ବ୍ୟୁରୋ : ଆଜି ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସ୍ଏସ୍ସି) ପକ୍ଷରୁ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
ତେବେ ଫେବ୍ରୁଆରୀ ୨୩ରେ ପ୍ରିଲିମନାରି ପରୀକ୍ଷା ହୋଇପାରେ । ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଉଭୟ ଇଂରାଜୀ ଓ ଓଡ଼ିଆରେ ହେବ। ଏହାର ସିଲାବସ ମଧ୍ୟ ବିଜ୍ଞପ୍ତିରେ ପ୍ରକାଶ ପାଇସାରିଛି ।
ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ବିଭିନ୍ନ ବିଷୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ସରକାରୀ ସ୍ତରରେ ଏହି ତତ୍ପରତା ପ୍ରକାଶ ପାଇଥିଲା । ଏହି ନିଯୁକ୍ତି ପ୍ରକ୍ରିୟା ଶେଷହେଲେ ରାଜ୍ୟର ସମସ୍ତ ୪୮୪୮ ସରକାରୀ ହାଇସ୍କୁଲ୍ର ସବୁ ଶିକ୍ଷକ ପଦବି ପୂରଣ ହୋଇପାରିବ।
ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।