କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୨୦ ଆହତ, ୪ ସଂକଟାପନ୍ନ…

ବାସ୍ତବ ବ୍ୟୁରୋ : ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ରେ ବାଣ ଫୁଟି ୨୦ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇପଡ଼ିଛି। ବହୁ ସଂଖ୍ୟକ ମହିଳା ଓ ଶିଶୁ ମଧ୍ୟ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଜଳାପୋଡ଼ା ଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନ ଥିବାରୁ ଏତେ ସଂଖ୍ୟକ ଆହତଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ସଙ୍କଟ ସୃଷ୍ଟି ହୋଇଛି। ତେଣୁ ଆମ୍ବୁଲାନ୍ସରେ ଅଧିକାଂଶ ଆହତଙ୍କୁ କଟକ ପଠା ଯାଇଛି। ସେପଟେ ଅଘଟଣ ପରେ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଆହତଙ୍କ ପରିଜନଙ୍କ କାନ୍ଦରେ ଡାକ୍ତରଖାନାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ଭସାଣିରେ ବାଣ ପ୍ରତିଯୋଗିତା ଚାଲିଥିଲା। ଗୋଟିଏ ବାଣର ନିଆଁ ପଡ଼ି ବାଣୁଆ ଷ୍ଟକ୍ ରଖିଥିବା ବାଣ ଏକାଥରେ ଫୁଟିଯିବାରୁ ଅଘଟଣ ଘଟିଥିଲା। ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ହୋଇଥିଲା। ଫଳରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ...

Thu Nov 24 , 2022
ବାସ୍ତବ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ । ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସୁପାରିଶ କରାଯାଇଛି। ସୂଚନାନୁଯାୟୀ, […]

You May Like

Pin It on Pinterest