ରାଜଧାନୀର ରାଜରାସ୍ତା ମାଣ ଓଷା ଝୋଟି, ଅଙ୍ଗନବାଡି ଦିଦିଙ୍କ ଅଭିନବ ଅଧିକାର ଦାବି…

ନମିତା କୁଅଁର(ଭୁବନେଶ୍ବର): ମାର୍ଗଶିର ମାସ ଗୁରୁବାର।  ଓଡ଼ିଆଣୀମାନେ ଘରେ ଝୋଟି ପକାଇ ମାଣ ଓଷା ପାଳନ କରୁଥିବା ବେଳେ ଆନ୍ଦୋଳନରତ ମହିଳାମାନେ ରାଜରାସ୍ତା ଉପରେ ମାଣଓଷା କରୁଥିବାର ଦେଖାଯାଉଛି ।  ଅନେକ ସ୍ବାଭିମାନି ଓଡ଼ିଆ ଏମିତି ରାସ୍ତା ଉପରେ ମାଣଓଷାକୁ ନାପସନ୍ଦ କରିଛନ୍ତି।

ରାଜଧାନୀର ରାଜରାସ୍ତା। ପଡ଼ିଛି ଝୋଟି , ମଝିରେ ଥୁଆ ହୋଇଛି ଖଟୁଲି । ସେଥିରେ ମାଣ ରଖି ଧାନ ପେଣ୍ଡି ଘୋଡ଼ାଇ ଏକାଠି ସମସ୍ତେ କରୁଛନ୍ତି ମାଣ ଓଷା। ଖାଲି ରାଜଧାନୀ କାହିଁକି କଟକ ସିଏମସି ଅଫିସ ଆଗରେ ମଧ୍ୟ ସମାନ ଦୃଶ୍ୟ। ସେଠାରେ ମଧ୍ୟ ଝୋଟି ପକାଇ ମାଣ ଓଷା ଚାଲିଛି। ଏମାନେ ସମସ୍ତେ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନର ସଦସ୍ୟାମାନେ। ସରକାରଙ୍କ ପାଖରେ ୮ ଦଫା ଦାବି ନେଇ ଏମାନେ ଧାରଣା ଦେଇଛନ୍ତି। ଆଜି ପଡ଼ିଲା ମାର୍ଗଶିର ମାସ ଗୁରୁବାର। ତେଣୁ ଏଣେ ଲକ୍ଷ୍ମୀଙ୍କ ବ୍ରତବାର ସେପଟେ ଧାରଣା ଦେବାରୁ ଅଗ୍ରସର। ତେଣୁ ଏହି ରାସ୍ତା ଉପରେ ସମସ୍ତେ ଏକାଠି ହୋଇ ମାଣଓଷା କରିଛନ୍ତି। ପ୍ରତିବାଦ କରିଛନ୍ତି। 

ମାର୍ଗଶିର ଗୁରୁବାର। ବ୍ରାହ୍ମଣଙ୍କ ଠାରୁ ଚଣ୍ଡାଳ ଯେମନ୍ତେ,  ଲକ୍ଷ୍ମୀ ପୂଜାରେ ରତ ଅଛନ୍ତି ସମସ୍ତେ। ତେବେ ଘର ଛାଡ଼ି ଏମାନେ ଏମିତି ରାଜରାସ୍ତାରେ ମାଣ ଓଷା କରିବାକୁ ଅନେକ ସ୍ବାଭିମାନୀ ଓଡ଼ିଆ ନାପସନ୍ଦ କରିଛନ୍ତି। ଯଦିଓ ଅଙ୍ଗନବାଡ଼ି କର୍ମୀଙ୍କର ଆନ୍ଦୋଳନ ଓ ଦାବି ପ୍ରତି ସେମାନେ ବିରୋଧ କରିନାହାନ୍ତି କିନ୍ତୁ ରାସ୍ତା ଉପରେ ମାଣଓଷା ମହାଲକ୍ଷ୍ମୀଙ୍କୁ ଉପହାସ  ସଦୃଶ ବୋଲି ସେମାନେ କହିଛନ୍ତି। ଗୋମୟ ଜଳରେ ଘରକୁ ଲିପିବ, ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ। ଏହି ଓଷା ଘରର ଦେବାସ୍ଥାନରେ ହେବାକଥା। ଏହି ବ୍ରତର ମୂଳ ତତ୍ବ ପବିତ୍ରତା ରହିଥାଏ । ଏମିତିକି କୁହାଯାଏ ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନଦେବ, ବିଭାହେବା ଝିଅ ଯେ ସୁଦ୍ଧା ନଖାଇବ। କିନ୍ତୁ ଓଡ଼ିଆ ନାରୀ ହୋଇ ଏମାନେ ଏମିତି ରାସ୍ତା ଉପରେ ମାଣ ଓଷା କେମିତି ଏକାଠି ହୋଇ କରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ଓଷାର ଆସର ଖୋଦ ମହାଲକ୍ଷ୍ମୀଙ୍କ ପ୍ରତି ଉପହାସ ବୋଲି ସେମାନେ କହିଛନ୍ତି।

କେବଳ ଅଙ୍ଗନବାଡ଼ି ଦିଦି ନୁହନ୍ତି , ପୂର୍ବରୁ ମଧ୍ୟ ଠିକ ଏହି ସମୟରେ ରାଜଧାନୀରେ ଧାରଣା ଦେଇଥିବା ବିଭିନ୍ନ ମହିଳା ସଂଗଠନ ଏଠାରେ ଏଭଳି ଢଙ୍ଗାରେ ମାଣଓଷା କରିଛନ୍ତି। ଦାବି ପୂରଣ ପରେ   ରାସ୍ତା ଉପରେ ସେମିତି ଚିତା ଛାଡ଼ି ନିଜ ନିଜ ବାଟରେ ଚାଲି ଯାଇଛନ୍ତି। ଏବେ ପୁଣି  ଦାବି ପୂରଣ ମାଧ୍ୟମ ହୋଇଛି ରାସ୍ତାରେ ଓଷା। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାର୍ତ୍ତିକେଶ୍ବର ଭସାଣିରେ ବା‌ଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଲେ ବିଜୟ ମହାପାତ୍ର

Fri Nov 25 , 2022
ବାସ୍ତବ ବ୍ୟୁରୋ: ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, […]

You May Like

Pin It on Pinterest