ଦେଶ ରେ ୫ ହଜାର ୧୯୪କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ବାସ୍ତବ ବ୍ୟୁରୋ-ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୫୧୯୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୬୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଳୀରେ ୫୭୬, ତେଲେଙ୍ଗାନାରେ ୩୬୪ ଜଣ ଆକ୍ରାନ୍ତ ରହିଛନ୍ତି ।ଅନ୍ୟପଟେ, ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ୩୦ ହଜାର ୪୫୩ ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ ହଜାର ୧୩୩କୁ ବୃଦ୍ଧି ହୋଇଛି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରାଜିଲ ରାଷ୍ଟ୍ରପତି, ମୋଦୀଙ୍କୁ ମାଗିଲେ ‘ସଞ୍ଜୀବନି ବୁଟି’

Wed Apr 8 , 2020
ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଏବେ କରୋନା ସଙ୍କଟ ସହ ଲଢ଼ୁଛି । ଏହା ମଧ୍ୟରେ ବିଶ୍ବର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଏହାର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି । ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରୁ କଟକଣା ହଟାଇଦେବା ପରେ ସବୁ ଦେଶ ଭାରତର ପ୍ରଶଂସା କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ […]

You May Like

Pin It on Pinterest