
ନବିନ ଦାଶ(ବରଗଡ଼)୨୫/୧୧:ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର୍ସ ଏସୋସିଏସନ୍ କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଭୁବନେଶ୍ୱର ଠାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ,ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେଉଛି ।
ଏହି ପରିପେକ୍ଷିରେ, ବରଗଡ଼ ଜିଲ୍ଲା ଉପସଭାପତି ଅରୁଣା ମହାପାତ୍ର ଙ୍କ ନେତୃତ୍ୱରେ ଅତାବିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ୧୪ଟି ସେକ୍ଟର ରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ରାଜ୍ୟ ସ୍ତରରେ ଯୋଗ ଦେବା ସହ ଗତ ନଭେମ୍ବର ୨୧ତାରିଖ ରୁ କାର୍ଯ୍ୟବନ୍ଦ୍ କରି ପ୍ରଶାସନିକ ସ୍ତରରେ ଲିଖିତ ଭାବରେ ଜଣାଇ ଆଜି ଅତାବିରା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରି ନ୍ୟାର୍ଯ୍ୟ ଦାବୀ ପୁରଣ କରିବା ପାଇଁ କର୍ମୀ ମାନେ ଗର୍ଜନ କରୁଛନ୍ତି ।

ଯାହା ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନବାଡ଼ି କର୍ମୀ ଙ୍କୁ ପୁନ ନିଯୁକ୍ତି ପ୍ରଦାନ,ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ,ଯେ ପର୍ଯ୍ୟନ୍ତ ମାନ୍ୟତା ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ହଜାର ଓ ସହାୟିକା ମାନଙ୍କୁ ୯ହଜାର ଟଙ୍କା ପ୍ରଦାନ କରାଯିବା ସହ ଇପିଏଫ୍,ଇଏସଆଇସି ଓ ଗ୍ରାଚୁଟି ରେ ସାମିଲ,ମିନି ଅଙ୍ଗନବାଡ଼ି କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ମାନ୍ୟତା ପ୍ରଦାନ,ସମାନ କାମକୁ ସମାନ ଦରମା ଦେବା ସହ କର୍ମୀ ଓ ସହାୟିକା ମାନଙ୍କୁ ଅବସରକାଳୀନ ସହାୟତା ୫ଲକ୍ଷ ଟଙ୍କା ଓ ମାସିକ ପେନ୍ ସନ୍ ବାବଦକୁ ୫ହଜାର ଟଙ୍କା ପ୍ରଦାନ,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ କର୍ମୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ପରିବାର ର ଜଣଙ୍କୁ ଚାକିରି ପ୍ରଦାନ,ଗାଁ କଲ୍ୟାଣ ସମିତି ରୁ କର୍ମୀ ମାନଙ୍କୁ ବାଦ୍ ଦେଇ ପୋଷଣ ଟ୍ରାକର ରେ ଅନ୍ ଲାଇନ୍ ଲୋକେସନ୍ କୁ ବନ୍ଦ୍ କରି ୨୦୧୮ ରେ ଘୋଷଣା କରା ଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ, ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ କର୍ମୀ ଙ୍କୁ ପ୍ରି ପ୍ରାଇ ମେରୀ ଶିକ୍ଷୟିତ୍ରୀ ମାନ୍ୟତା,୫୦ ପ୍ରତିଶତ କର୍ମୀ ଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଅନ୍ୟ ୫୦ପ୍ରତିଶତ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସୁପର ଭାଇଜର ପଦବୀ ରେ ପଦୋନ୍ନତି ପ୍ରଦାନ ଦାବୀ ରେ କର୍ମୀ ମାନେ ଅଟଳ ରହିଥିବା ବେଳେ ଯେ ପର୍ଯ୍ୟନ୍ତ ସରକାର ପୁରଣ ନକରିବେ ସେ ପର୍ଯ୍ୟନ୍ତ ପ୍ରତ୍ୟହ କର୍ମୀ ମାନଙ୍କୁ ନେଇ କାର୍ଯ୍ୟ ବନ୍ଦ୍ କରିବା ସହ ଆନ୍ଦୋଳନ ଜାରି ରଖିବା ସହ ପଞ୍ଚାୟତ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ରାସ୍ତା ଘାଟ ରେ ନିଆଁ ଜଳିବା ସହ ସମସ୍ତ ଅଫିସ କାର୍ଯ୍ୟାଳୟ କୁ ବନ୍ଦ କରି ଆନ୍ଦୋଳନ ଉଗ୍ରରୂପ ନେବ ଓ ସରକାର ଙ୍କ ଅବହେଳା ତଥା ବୈମାତୃକ ମନୋଭାବ ର ଶିକାର ହୋଇ କାର୍ଯ୍ୟ ବନ୍ଦ ଯୋଗୁଁ ଶିଶୁ ପୁଷ୍ଟି ହୀନତା ଓ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯଦି କୌଣସି ଅପ୍ରିତୀକର ପରିବେଶ ସୃଷ୍ଟି ହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇ ଛନ୍ତି । ଏଥିରେ ୧୪ ଟି ସେକ୍ଟର ରୁ ସତ୍ୟବତୀ ମହାପାତ୍ର,ବିନତା ସେଠ୍,ଗୋପିକା ମହାକୁର,ପଦ୍ମିନୀ ବେହେରା ସମେତ ବହୁ କର୍ମୀ ଓ ସହାୟିକା ମାନେ ଉପସ୍ଥିତ ରହିଥିଲେ ।