
ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଦଳର ହେଭିୱେଟ୍ ନେତାମାନେ ପ୍ରଚାର ମୈଦାନ ରେ ଓଲେଇବେ ।
ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି ।
ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।ପଦ୍ମପୁରବାସୀଙ୍କୁ ଫସଲବୀମା ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଭ୍ରାନ୍ତିକର ମିଥ୍ୟା ସୂଚନା ଦେଇ ଶାସକ ବିଜେଡି ଭୋଟ ହାତେଇବାକୁ ଯେଉଁ ଉଦ୍ୟମ କରିଛି ତା’ର ପର୍ଦ୍ଦାଫାସ୍ ଓ ଲୋକଙ୍କୁ ସତ ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଓ ଶ୍ରୀ ବୈଷ୍ଣବ ଆସିବେ ।