
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ବସ୍ତି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ହରିଣ ପାର୍କ ନିକଟରେ ଥିବା ବସ୍ତିର ଶତାଧିକ ବାସିନ୍ଦା ଏକାଠି ହୋଇ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଆଇନ୍ ସହାୟତା ଲାଗି କଟକ ମହାନଗର ନିଗମର ମର୍କତନଗରସ୍ଥିତ ସେକ୍ଟର -୬ ରେ ଥୂବା ମାଗଣା ଆଇନ୍ ସହାୟତା କେନ୍ଦ୍ର (କ୍ଲାପ୍)ର ଦ୍ବାରସ୍ଥ ହୋଇଛନ୍ତି।
ଏହି ଅସହାୟ ମାନଙ୍କୁ ମାଗଣା ଆଇନ୍ ସହାୟତା କେନ୍ଦ୍ରର ଅଧ୍ୟକ୍ଷ ବିଶିଷ୍ଟ ଆଇନଜୀବୀ ଡଃ ବିକାଶ ଦାସଙ୍କ ଅନୁପସ୍ଥିତିରେ କେନ୍ଦ୍ରର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବସ୍ତି ର ସାଧାରଣ ସମ୍ପାଦକ ଶ୍ରୀ ଝରି ନାୟକ ସମସ୍ତ ବିଷୟ ଆଲୋଚନା କରିସାରିବା ପରେ ନିଜର ମତରଖୂଥୂଲେ ଯେ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଏହି ବସ୍ତିବାସିନ୍ଦାମାନେ ଏହି ବସ୍ତିରେ ରହି ଆସୁଛନ୍ତି। ବହୁ ଦିନ ପୂର୍ବରୁ କଟକ ମ୍ଯୂନିସିପାଲିଟି ର ସେତେବେଳର ଚେୟାରମ୍ଯାନ ଶ୍ରୀ ଆଶ୍ରିବାଦ ବେହେରା ଏହି ବସ୍ତିବାସିନ୍ଦା ମାନଙ୍କୁ ସେହି ସ୍ଥାନରେ ସ୍ଥାୟୀ ବାସିନ୍ଦା କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ଗତ କଟକ ମହାନଗର ନିଗମ ନିର୍ବାଚନରେ ବର୍ତ୍ତମାନର ମେୟର ଶ୍ରୀ ସୁବାସ ସିଂ ନିର୍ବାଚନ ସମୟରେ ସମସ୍ତଙ୍କୁ ମଧ୍ୟ ସେହି ପ୍ରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚିତ ହେଲା ପରେ ଏହି ନିରୀହ,ଗରୀବ ବସ୍ତିବାସିନ୍ଦାଙ୍କ ବାସଚ୍ଯୂତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହରକୁ ଇଉରୋପ କରିଦେବାର ସ୍ବପ୍ନ , କେତେ ଜାଲ୍ ସାର୍ଟିଫିକେଟ ଦେଇ ନିଗମରେ ନିଯୁକ୍ତି ବ୍ୟତୀତ ଅନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ତର୍ଜମା ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ ବସ୍ତି ଉଚ୍ଛେଦ ଅଭିଯାନକୁ ଗୁରୁତ୍ବ ଦେବା ବର୍ତ୍ତମାନର ଆଲୋଚ୍ୟ ବିଷୟ ପାଲଟିଛି।
ଦୈନିକ ମଜୁରୀ ଲାଗି ନିଜ ପରିବାର ପୋଷଣ କରିବା ସହ ବାସକରୁଥୂବା ଯାଗାରେ ବିଦ୍ଯୂତ୍ ବିଲ୍,ପାଣି ବିଲ୍, ଆଧାର କାର୍ଡ,ଭୋଟ ପରିଚୟପତ୍ର ଓ ଅନ୍ୟାନ୍ୟ ସରକାରୀ କାଗଜପତ୍ର ପାଇଥିଲା ବେଳେ ଏହି ବସ୍ତିବାସିନ୍ଦା ମାନଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବାକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମାନନୀୟ ମେୟର ଙ୍କୁ ଅନୁରୋଧ କରାଯିବା ପରେ କୈାଣସି ସୁଫଳ ନ ମିଳିବାରୁ, ଶତାଧିକ ବସ୍ତିବାସିନ୍ଦା ଆଜି ମାଗଣା ଆଇନ୍ ସହାୟତା କେନ୍ଦ୍ରରେ ପହଞ୍ଚି ଆଇନ୍ ସହାୟତା ଲୋଡ଼ିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଦେବେନ୍ଦ୍ର ନାଥ, ଫକୀର ନାୟକ, ଦାଶରଥି ବାଇ,ଖଡ଼ିକା ନାୟକ, ସୁବାସୀନି ନାୟକ,କଲରା ନାୟକ,କମରୁ ନାୟକ, ସୁଷମା ନାୟକ ଓ ଶୈଳ ନାୟକଙ୍କ ସହ ଶତାଧିକ ପୁରୁଷ, ମହିଳା ବସ୍ତିବାସିନ୍ଦା “କ୍ଲାପ୍” ରେ ପହଞ୍ଚୂ ପରବର୍ତ୍ତୀ କାର୍ଯ୍ୟକ୍ରମ ଲାଗି ବରିଷ୍ଠ ଆଇନଜୀବି ମାନଙ୍କର ସାହାଯ୍ୟ ଲୋଡ଼ିଥିଲେ। ମତାମତ ସଂଗ୍ରହ ଅବସରରେ……….