କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ….

ବାସ୍ତବ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରେ ଲାଗିଛି ୧୮ ପ୍ରତିଶତ ଜିଏସ୍‌ଟି । ଯାହା ଦ୍ୱାର ପ୍ରଭାବିତ ହେଉଛନ୍ତି ତୋଳାଳି । କେନ୍ଦ୍ରୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାନୁଯାୟୀ, କିଛି ଦିନ ତଳେ ହୋଇଥିବା ଜିଏସ୍‌ଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦ କରାଯିବା ସହ କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହିକ୍ରମରେ ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ତରଫରୁ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତ...

Sat Nov 26 , 2022
ସଂଜୟ ଶତପଥୀ(କଟକ): ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ସି ଡି ଏ ସେକ୍ଟର ୧୩, କଟକ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ (କାଳୀପୂଜା) ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତା ଓ ଢାବୁଲ ତାମସା ଆଜି ହେଉଛି ପ୍ରଥମ ଦିନ ଏଥିରେ ୮ ଗୋଟି ଫୂଟବଲ ଦଳ ଅଂଶ ଗ୍ରହଣ କରିଥିଲେ l ଦଳ ଗୁଡିକ ହେଲେ – ଏଭର ଗ୍ରୀନ ସି ଡି ଏ […]

You May Like

Pin It on Pinterest