ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ତରଫରୁ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତ…

ସଂଜୟ ଶତପଥୀ(କଟକ): ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ସି ଡି ଏ ସେକ୍ଟର ୧୩, କଟକ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ (କାଳୀପୂଜା) ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତା ଓ ଢାବୁଲ ତାମସା ଆଜି ହେଉଛି ପ୍ରଥମ ଦିନ ଏଥିରେ ୮ ଗୋଟି ଫୂଟବଲ ଦଳ ଅଂଶ ଗ୍ରହଣ କରିଥିଲେ l

ଦଳ ଗୁଡିକ ହେଲେ – ଏଭର ଗ୍ରୀନ ସି ଡି ଏ ସେକ୍ଟର ୮ ,ପି ଆର ଏମ ସ୍ପୋର୍ଟିଂ କ୍ଲବ ବିଡାନାସୀ, ବୋଷ କଲେଜ କଟକ, ଗୋଲଡେନ କ୍ଲବ ଭୁବନେଶ୍ୱର, ଏସ ଟି ଏସ ବାରିପଦା, ଦୁଲାଳ ଗାତେ ଫୂଟବଲ କ୍ଲବ ଉଦଳା, ଶାଗେନ ସାକାମ ଫୂଟବଲ କ୍ଲବ ଭୁଣ୍ଡୁସାହି, ବାରଙ୍ଗ ବାୟାର ବାରଙ୍ଗ ଅଂଶଗ୍ରହଣ କରିଥିଲେ l ଏଥିରୁ ପ୍ରଥମ ସେମିଫାଇନାଲରେ ଏସ ଟି ଏସ ବାରିପଦା ୨-୦ ଗୋଲରେ ଶାଗେନ ସାକାମ ଫୁଟବଲ କ୍ଲବକୁ ହରାଇ ଆସନ୍ତା କାଲି ଉଦଯାପନୀ ଉତ୍ସବରେ ୮ ଗୋଟି ଦଳରୁ ବିଜୟୀ ଦଳଙ୍କ ସହିତ ଗ୍ରାଣ୍ଡ ଫାଇନାଲ ଖେଳ ପାଇଁ ସ୍ଥାନ ଅଧିକାର କରିଅଛନ୍ତି l

ତତସହିତ ଉଦଯାପନୀ ଉତ୍ସବର ଠିକ ଅପରାହ୍ନ ୩ଟା ସମୟରେ ଯୁବକ ସଂଘ ଆଦିବାସୀ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ l ଆଜି ଦିବସରେ ମୁଖ୍ୟ ଅତିଥିରୂପେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ ପଟ୍ଟନାୟକ ଯୋଗଦାନ କରି ଖେଳାଳି ଓ ଯୁବକ ସଂଘଙ୍କୁ ଉତ୍ସାହିତ କରିଥିଲେ l ଆୟୋଜକ ଭାବେ ପରିଚାଳନା କରିଥିଲେ ଶିକ୍ଷାବିତ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସୋରେନ, ଗ୍ରାମ ମୁରବି ଉତ୍ତମ ହାଁସଦା, ରାମଚନ୍ଦ୍ର ଟୁଡୁ, ଯୁବକ ସଂଘ ସଭାପତି ଶ୍ରୀ ସୁବାଷ କିସ୍କୁ, ସମ୍ପାଦକ ଶ୍ରୀ ସୋମନାଥ ମାର୍ଣ୍ଡି ଓ ସମସ୍ତ ସଂଘ ସଦସ୍ୟ ବୃନ୍ଦ l

ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ,ରେଫରି ଭାବେ ଫାଓ ରୁ ଆସିଥିବା ଶ୍ରୀଯୁକ୍ତ ସଂଜୀବ ଦାସ, ଶ୍ରୀ ଅରୁଣ ନାୟକ, ଏମ କେ ମୋକିମ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କର ଦାବି ପୂରଣ ପାଇଁ ସି.ଏମ.ସି.କର୍ପୋରେଟର ମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ...

Sun Nov 27 , 2022
ସେୟାର କରନ୍ତୁ

You May Like

Pin It on Pinterest