ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କର ଦାବି ପୂରଣ ପାଇଁ ସି.ଏମ.ସି.କର୍ପୋରେଟର ମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ…

ସଂଜୟଶତପଥୀ(କଟକ):ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ର ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଚାଲୁଥିଲାବେଳେ ଆଜି କଟକ ସହରାଞ୍ଚଳ-୨ଶାଖା ତରଫରୁ କଟକ ମହାନଗର ନିଗମର  କର୍ପୋରେଟର ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବି ଗୁଡ଼ିକ ମଧ୍ୟରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଛଅ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା,ଯେଉଁ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ମାସିକ ବେତନ ୧୮,୦୦୦ ଏବଂ ସହାୟିକା ମାନଙ୍କୁ ୯୦୦୦ ଟଙ୍କା ପ୍ରଦାନ ସହିତ ଇ ପି.ଏଫ, ଇ.ଏସ୍.ଆଇ.ସି ଓ ଗ୍ରାଚ୍ୟୁଇଟିରେ ସାମିଲ କରାଯିବା,ମିନି ଅଙ୍ଗନୱାଡ଼ି କର୍ମୀ ପଦବୀ ଉଚ୍ଛେଦ କରି ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମୃତ୍ୟୁ କାଳନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ତାଙ୍କ ପରିବାରରୁ ଜଣକୁ ଚାକିରୀ ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ୍ ଦେବା ସହିତ ପୋଷଣ ଟ୍ରାକରରେ ଅନ୍ ଲାଇନ୍ ଲୋକେଶନ ଟ୍ରାକିଙ୍ଗ ବନ୍ଦ କରାଯିବା ଓ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦେବା, ୫୦ପ୍ରତିଶତ ପରିବର୍ତ୍ତେ ଶତ ପ୍ରତିଶତ ସୁପରଭାଇଜର ପଦବୀରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯିବା ଅନ୍ତର୍ଭୁକ୍ତ ଅଟେ ।


 କଟକ  ସହରାଞ୍ଚଳ-୨ଶାଖାର ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ସିଂ, ସମ୍ପାଦିକା ଅନିତା ସାମଲ, ଅନିତା ସାହୁ, ସୁକାନ୍ତି ମହାନ୍ତି, ଚାମେଲି ମହାନ୍ତି,ମେନକା ସ୍ୱାଇଁ, ସରୋଜିନୀ ପଣ୍ଡା, ଧନେଶ୍ଵରୀ ମାଝୀ,ସାନିଆ ପରୱିନ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

               
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁର ଜିଲ୍ଲା ରେ ବଢ଼ି ଚାଲିଛି ଅପରାଧ ତାତିଲେ ସାଧାରଣ ଜନତା...

Sun Nov 27 , 2022
ଉଲୁଣ୍ଡା(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜିଲ୍ଲା ପାଲଟିଛି ଏବେ ଅପରାଧ ର ଜିଲ୍ଲା ଦିନ ଦୁଇ ପ୍ରହରେ ଚୋରି ତ କେତେବେଳେ ଦିବାଲୋକ ରେ ବିଚ ରୋଡ଼ ରେ ଜୁଆ ଖେଳ ।ହେଲେ ବଡ଼ ବଡ଼ିଆ ପ୍ରଶାସନ ବାବୁ ମ।ନେ ଚୁପ ଚାପ ବସିରହିଛନ୍ତି । ଚୋର କୁ ଧରିବା ତ ଦୂର ର କଥା ଚୋରି ର ଟେର ମଧ୍ୟ୍ୟ ପାଉନାହିଁ ପୋଲିସ । ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା […]

You May Like

Pin It on Pinterest