ସୁବର୍ଣ୍ଣପୁର ଜିଲ୍ଲା ରେ ବଢ଼ି ଚାଲିଛି ଅପରାଧ ତାତିଲେ ସାଧାରଣ ଜନତା…

ଉଲୁଣ୍ଡା(ନମୋଗୁରୁ ହୋତା):ସୁବର୍ଣ୍ଣପୁର ଜିଲ୍ଲା ପାଲଟିଛି ଏବେ ଅପରାଧ ର ଜିଲ୍ଲା ଦିନ ଦୁଇ ପ୍ରହରେ ଚୋରି ତ କେତେବେଳେ ଦିବାଲୋକ ରେ ବିଚ ରୋଡ଼ ରେ ଜୁଆ ଖେଳ ।ହେଲେ ବଡ଼ ବଡ଼ିଆ ପ୍ରଶାସନ ବାବୁ ମ।ନେ ଚୁପ ଚାପ ବସିରହିଛନ୍ତି । ଚୋର କୁ ଧରିବା ତ ଦୂର ର କଥା ଚୋରି ର ଟେର ମଧ୍ୟ୍ୟ ପାଉନାହିଁ ପୋଲିସ ।

ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ର ନଟରାଜ ମୋବାଇଲ ଦୋକାନ ର ଚୋରି ର ଦୃଶ୍ୟ ରାତି ଦୁଇ ଟା ରେ କିଭଳି ଚୋର ସ ଟର ଖୋଲି ଚୋରି କରୁଛି ତାହା ସିସି ଟିଭି ରେ ଜଳ ଜଳ କରି ଦେଖଯାଉଛି ।ତେବେ ସାଧାରଣ ଜନତା ଙ୍କ କହିବା ଅନୁସାରେ ଜିଲ୍ଲା ରେ ଜୁଆ ଖେଳ ସବୁ ଆଡେ ବ୍ୟାପି ଲା ବେଳେ ଏହା ଯୋଗୁ ଚୋରି ଭଳି ସଂଗୀନ ଅପରାଧ ମଧ୍ୟ୍ୟ ବଢି ଚାଲିଛି ।ଉଲୁଣ୍ଡା ଥାନା କୁ ଘେରାଉ କରି ଏ ସବୁ ବେଆଇନ କାମ କୁ ବନ୍ଦ କରିବାକୁ, ଲୋକେ ଉଲୁଣ୍ଡା ଥାନା ଘେରାଉ କରିଥିବା ବେଳେ ପୋଲିସ ପାଖରେ ଦାବି କରିଥିଲେ ।

ହେଲେ ଥାନା ପାଖରେ ଜୁଆ ଖେଳ ହେଲେ ମଧ୍ୟ ପୋଲିସ ପାଖରେ ତାହା ର ଖବର କିପରି ହେଉ ନାହିଁ ନା ପ୍ରଶାସନ ର ମଧୁ ଚନ୍ଦ୍ରିକା ରେ ହେଉଛି ତାହା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଶ୍ଚର୍ଯ୍ୟ ହେଲେବି ସତ ଛେଳି ଜନ୍ମ ମଣିଷ ଚେହେରା ଥିବା ଛୁଆ....

Sun Nov 27 , 2022
ନବୀନ ଦାଶ(ବରଗଡ଼): ୨୭।୧୧ –ଆଶ୍ଚର୍ଯ୍ୟ ହେଲେବି ସତ,ଦିନକୁ ଦିନ ବଦଳୁଛି ପ୍ରବେଶ,ପ୍ରକୃତି ବଦଳାଉଛି ରୂପ ।ନିତିଦିନ ଦେଖିବାକୁ ମିଳୁଛି ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏମିତି ଏକ ଚମତ୍କାର ଘଟଣା ନଜରକୁ ଆସିଛି,ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ। ଏଠାରେ ଏକ ଛେଳି ମାନବ ଚେହେରା ଥିବା ଛୁଆ ଜନ୍ମ ଦେଇଛି। ଏହିଛଲୀ ଛୁଆର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି […]

You May Like

Pin It on Pinterest