ଆଶ୍ଚର୍ଯ୍ୟ ହେଲେବି ସତ ଛେଳି ଜନ୍ମ ମଣିଷ ଚେହେରା ଥିବା ଛୁଆ….

ନବୀନ ଦାଶ(ବରଗଡ଼): ୨୭।୧୧ –ଆଶ୍ଚର୍ଯ୍ୟ ହେଲେବି ସତ,ଦିନକୁ ଦିନ ବଦଳୁଛି ପ୍ରବେଶ,ପ୍ରକୃତି ବଦଳାଉଛି ରୂପ ।ନିତିଦିନ ଦେଖିବାକୁ ମିଳୁଛି ଏମିତି କିଛି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଏମିତି ଏକ ଚମତ୍କାର ଘଟଣା ନଜରକୁ ଆସିଛି,ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ। ଏଠାରେ ଏକ ଛେଳି ମାନବ ଚେହେରା ଥିବା ଛୁଆ ଜନ୍ମ ଦେଇଛି। ଏହିଛଲୀ ଛୁଆର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ,ଜଗଲପାଟ ଗାଁରେ ଜୈନିକ ବ୍ୟକ୍ତିଙ୍କ ଗୃହପାଳିତ ଛେଳି ଏକ ଛୁଆ ଜନ୍ମ ଦେଇଛି । ଯାହାର ରହିଛି ମଣିଷ ପରି ଚେହେରା । କେବଳ ଗାଁର ଲୋକ ନୁହଁନ୍ତି, ସମଗ୍ର ଅଞ୍ଚଳରେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହାର ଭିଡିଓରେ ଛେଳିର ଚେହେରା ଖୁବ୍ ଅଦ୍ଭୁତ ଦେଖାଯାଉଛି। ଏହାର ମଣିଷ ପରି ଦୁଇ ଆଖି ରହିଛି ଓ ଏହାର ଚାରିପାଖରେ କଳା ଘେର ରହିଛି । ଯାହା ଚଷମା ପରି ଲାଗୁଛି। ଏହା ବ୍ୟତୀତ ଛେଳିର ପାଟି ମଧ୍ୟ ମଣିଷ ପରି। ଛେଳିର ଅଦ୍ଭୁତ ପାଟି ହେତୁ ତାକୁ ଚାମଚ ମାଧ୍ୟମରେ କ୍ଷୀର ଖୁଆଇବାକୁ ପଡୁଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ରରେ ଭୁଶୁଡ଼ିଲା ରେଲ୍ଓ୍ବେ ଫୁଟ୍ ଓଭର ବ୍ରିଜ୍, ୮ରୁ ଅଧିକ ଗୁରୁତର ଭାବେ ଆହତ...

Sun Nov 27 , 2022
ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।   ସୂଚନାନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି […]

You May Like

Pin It on Pinterest