ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ…

ସଂଜୟଶତପଥୀ(କଟକ): ୨୭/୧୧- ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ। ସମନ୍ବୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ମର୍ମ ସ୍ପର୍ଶୀ ପ୍ରବନ୍ଧ ପାଠ କରିଥିଲେ। ସମନ୍ବୟର ସଭାପତି ସାହିତ୍ୟିକ ଦୁଃଖି ଶ୍ୟାମ ଦାସ ସଭାପତିତ୍ବକରି କହିଲେ ଯେ ପଣ୍ଡିତ ଗୋବିନ୍ଦ ରଥ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ, ସ୍ଵାଧିନଚେତା, ବିପ୍ଳବୀ ଓ ସଂସ୍କାରଧର୍ମୀ ଜନସେଵକ।

ଦେଶପ୍ରେମ ଓ ସାହିତ୍ୟସେଵା ଥିଲା ତାଙ୍କ ଜୀବନର ପରମ ବ୍ରତ। ସମାଜ ସେବୀ ପ୍ରଶାନ୍ତ ଦାସ ସଭା ଉଦଘାଟନ କରି କହିଲେ ଯେ ପଣ୍ଡିତ ଗୋବିନ୍ଦ ରଥଙ୍କ ଦୃଷ୍ଟିଭଙ୍ଗୀ ଆଦର୍ଶ ଓ ବିପ୍ଳବାତ୍ମକ ଆଭିମୁଖ୍ୟ ଉପରେ ଆଧାରିତ ଥିଲା । ତମାମ ଜୀବନ ସଂଗ୍ରାମର ନିଆଁରେ ଜଳି ଜଳି ସେ ଦେଶସେବା, ସାହିତ୍ୟସେବା ଓ ସମାଜ ଗଠନ ଲାଗି ବିପ୍ଳବ ମାନ ଗଢିତୋଳିଥିଲେ।

ପ୍ୟାରୀମୋହନ ଏକାଡେମୀ ସ୍କୁଲ ପ୍ରତିଷ୍ଠା ସହ “ଉତ୍କଳ ପୁତ୍ର” ପତ୍ରିକା ସମ୍ପାଦନା କରି ସେ ସମାଜକୁ ବିପ୍ଳବର ବାର୍ତା ଦେଇଥିଲେ। ପ୍ରଫେସର ଦୁର୍ଗା ପ୍ରସନ୍ନ ନନ୍ଦ କହିଲେ ଯେ ପଣ୍ଡିତ ଗୋବିନ୍ଦ ରଥ ସର୍ବ ପ୍ରଥମେ “ବର୍ଣ୍ଣବୋଧକ” ରଚନା କରିଥିଲେ।ରାଶି ରାଶି ଦେଶପ୍ରେମ ଓ ବ୍ୟଙ୍ଗ କବିତା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ। ତାଙ୍କ ରଚନାବଳୀ ମଧ୍ୟରେ କବିତା ମଞ୍ଜରୀ, କବିତା କଳାପ, ଫିଉଚର ସାହେବ, ଘୋଡ଼ା ଡିମ୍ବ ଓ କଟକ ନଗରୀ ଆଦି ପ୍ରଧାନ। ସବୁ ରଚନାବଳୀ ମଧ୍ୟରେ ଦେଶପ୍ରେମର ବାର୍ତା ଫୁଟିଉଠୁଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ କବୀର କୁମାର ଜେନା, ନରଗନ୍ଦ୍ର ରଥ, ସୋମ୍ୟ ସାରଥି ଦାସ ଓ ସନ୍ତୋଷ କୁମାର ଦାସ ଆଲୋଚନାରେ ଭାଗନେଇ ତାଙ୍କ କର୍ମ ନିପୁଣତା ଓ ତ୍ୟାଗ ନିଷ୍ଠାର ଭୂୟସୀ ପ୍ରଶଂସା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି ନିବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ କବିତା ପାଠକରିଥିଲେ ପ୍ରିୟଙ୍କା ସାହୁ, ସସ୍ମିତା ଜେନା ପ୍ରମୁଖ କବି ବୃନ୍ଦ। ସଂଗଠନ ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ-ବାରବାଟୀ ବିଧାୟକ ଙ୍କୁ କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ...

Mon Nov 28 , 2022
ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ […]

You May Like

Pin It on Pinterest