କଟକ-ବାରବାଟୀ ବିଧାୟକ ଙ୍କୁ କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ…

ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ ଅବହେଳା ‌ଵିଷୟ ପ୍ରକାଶ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ।

ମାନନୀୟ ବିଧାୟକ ସମସ୍ତ ବିଷୟ ଶୁଣି ସାରିବା ପରେ ସମସ୍ତ ବିଷୟବସ୍ତୁକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଓ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ଲାଗି ଚେଷ୍ଟା ଜାରି ରଖିବେ ବୋଲି ଉପସ୍ଥିତ ସମସ୍ତ ଅଙ୍ଗନବାଡ଼ି କର୍ମଚାରୀ ସଂଘ ର କର୍ମକର୍ତ୍ତାମାନଙ୍କୁ କହିବା ସହ ଆଶ୍ଵାସନା ଦେଇଥିଲେ।

ଦାବୀ ଗୁଡିକ ମଧ୍ୟରେ ୨୦୧୮ ମସିହାରେ ଆନ୍ଦୋଳନରେ ସାମିଲ ହୋଇ ବହିଷ୍କୃତ ୮ ଜଣ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମାସିକ ମାସିକ ୧୮,୦୦୦/ଟଙ୍କା ବେତନ ଓ ସହାୟିକାଙ୍କୁ ମାସିକ ୦୯,୦୦୦/-ଟଙ୍କା ବେତନ ସହ ଅନ୍ୟାନ୍ୟ ସରକାରୀ ସୁବିଧା,ମିନି ଅଙ୍ଗନବାଡ଼ି ଉଚ୍ଛେଦ କରି ମୂଖ୍ୟ ଅଙ୍ଗନବାଡ଼ିରେ ସାମିଲ୍ କରିବା, ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାଥମିକ ଶିକ୍ଷକର ମାନ୍ୟତା, ମୃତ୍ୟୁକାଳୀନ ରାଶି ଓ ପରିବାରରୁ ଜଣକୁ ଚାକିରୀ ଇତ୍ୟାଦି ବିଷୟର ଦାବୀକୁ ସରକାର ଯଦି କାର୍ଯ୍ୟକାରୀ ନ କରନ୍ତି ତେବେ ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସହରାଞ୍ଚଳ -୨ ଶାଖାର ସାଧାରଣ ସମ୍ପାଦିକା ଶ୍ରୀମତୀ ଅନିତା ସାମଲ ପ୍ରକାଶ କରିଥିଲେ।

ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ଶାଖା ଉପ-ସଭାପତି ଶ୍ରୀ ଉମାକାନ୍ତ ସାହୁଙ୍କ ସହ ଅନିତା ସାହୁ, ସୁକାନ୍ତି ମହାନ୍ତି,ଚାମେଲୀ ମହାନ୍ତି,ମେନକା‌ ସ୍ବାଇଁ, ସରୋଜିନୀ ପଣ୍ଡା, ଧନେଶ୍ଵରୀ ମାଝୀ ଓ ସାନିଆ ପରବିନ୍ ଙ୍କ ସହ ବହୁ ମହିଳା ଅଙ୍ଗନବାଡ଼ି କର୍ମଚାରୀ ସାମିଲ୍ ହୋଇଥୂଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଜରାଟ ନିର୍ବାଚନ ରାଲିରେ କେଜରିୱାଲଙ୍କ ଉପରେ ଟେକା ପଥର ମାଡ଼...

Mon Nov 28 , 2022
ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଗୁଜରାଟ ନିର୍ବାଚନୀ ରାଲିରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ସୂଚନା ଦେଇ ଆପ୍‌ ପ୍ରାର୍ଥୀ ଅଳ୍ପେଶ କଥିରିୟା ବିଜେପିକୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି କି, ବିଜେପିର ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି । ଲୋକମାନେ କେଜରିୱାଲ୍‌ଙ୍କୁ ଫୁଲ୍ ଦେଇ ସ୍ୱାଗତ […]

You May Like

Pin It on Pinterest