ଆଜିର ଖାସ୍ ଖବର

୧-ଅମାନିଆ ଗାଡି ଚାଳକ ହୁସିଆର! ପ୍ରଥମଥର ଧରାପଡିଲେ ୨ ହଜାର…ଦ୍ୱିତୀୟ ଥର ଜବତ ହେଲେ ୧୦ ହଜାର ଟଙ୍କା ତଣ୍ଡ: ଜରିମାନା ଦେବା ପରେ ବି ଥାନାରେ ଗାଡି ରହିବ ଗୋଟିଏ ଦିନ।

୨-ଆଜି ଠାରୁ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

୩-ଘରୋଇ ସଂସ୍ଥା କର୍ତ୍ତୁପକ୍ଷଙ୍କୁ ଶ୍ରମ ଆୟୁକ୍ତଙ୍କ ତାଗିଦ୍: କର୍ମଚାରୀଙ୍କୁ ଛଟେଇ କିମ୍ବା କମ୍ ଦରମା ଦେଇପାରିବେ ନାହିଁ।

୪-ଏପ୍ରିଲ ୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଲକ୍ଡାଉନ୍ ନେଇ ହୋଇପାରେ ବଡ ନିଷ୍ପତ୍ତି।

୫-ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଘରକୁ ଘର ବୁଲି ହେବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

୬-ନୂଆଦିଲ୍ଲୀ: ଏପ୍ରିଲ୍ ୧୪ ଡକ୍ଟର ବି.ଆର ଆମ୍ବେଦକରଙ୍କ ଜନ୍ମଦିନରେ କେନ୍ଦ୍ରର ଛୁଟି ଘୋଷଣା।

୭-ପାଣିପାଗ: ଆସନ୍ତା ୧୧ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣରେ ଝଡ଼ ବର୍ଷା ସମ୍ଭାବନା।

୮-ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା । ପୂର୍ବରୁ ଉତକ୍ଷିପ୍ତ ହୋଇଥିଲେ ଏବେ ପ୍ରଶଂସାରେ ପୋତି ପକାଇଲେ ।

୯-ରାଜ୍ୟର ୩.୩ କୋଟି ହିତାଧିକାରୀଙ୍କୁ ଆଗୁଆ ୩ ମାସର ଚାଉଳ-ଗହମ ଦିଆଯାଇଛି, ଅତ୍ୟାବଶ୍ୟକୀୟ ସାମଗ୍ରୀର ବଣ୍ଟନକୁ ସର୍ବାଧିକ ଗୁରୁତ୍ଵ।

୧୦-ଅପ୍ରେଲ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କଲା ଇଣ୍ଡିଗୋ ଏୟାରଲାଇନ୍ସ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ।

୧୧-ମନ ଜିଣି ନେଲେ ବରୀ ଥାନା ହୋମଗାର୍ଡ ଦମୟନ୍ତୀ ସେଠୀ,ବଜାରରେ ଅସୁସ୍ଥ ହୋଇପଡିଥିବା ମହିଳାଙ୍କୁ ସେବା ଯୋଗାଇ ସାଉଁଟିଲେ ପ୍ରସଂଶା।

୧୨-CBSEର ନୂଆ ପଦକ୍ଷେପ: ଷଷ୍ଠରୁ ଏକାଦଶ ଯାଏଁ ଦକ୍ଷତା ଶିକ୍ଷା।

୧୩-ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ।

୧୪-ଅତିଥି ଦେବୋଭବଃ : ବାହାର ରାଜ୍ୟର ଶ୍ରମଜୀବୀଙ୍କ ଲାଗି ରହିବା ଓ ଖାଇବା ସୁବିଧା ଯୋଗାଉଛନ୍ତି ଓଡ଼ିଶା ସରକାର।

୧୫-ଲକ୍‌ଡାଉନ୍‌ ସମୟରେ ଶିଶୁଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ : “ ମୋ ପ୍ରତିଭା “ ରେ ପଞ୍ଜିକରଣ କଲେଣି ୫୪୪୪।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଢ଼ିଲା ଲକଡାଉନ୍ ଅବଧି...ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Thu Apr 9 , 2020
ବାସ୍ତବ ବ୍ୟୁରୋ-ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏପ୍ରିଲ ୩୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ମହାମାରୀ କରୋନାର ମୁକାବିଲା ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡିଶାବାସୀଙ୍କ […]

You May Like

Pin It on Pinterest