
ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ ଓ ଟ୍ରାଫିକ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ହୋଇଛି।
୧୦ପ୍ଲାଟୁନ ପୁଲିସ ଫୋର୍ସ ଓ ୨୧୩ ପୁଲିସ ଅଧିକାରୀ ଏହି ଦାୟିତ୍ଵରେ ରହିବେ। ପୁଲିସ ଫୋର୍ସ ଦୁଇଟି ସିଫ୍ଟରେ ରାଜଧାନୀକୁ ଜଗିବେ।ଓ ଆର, ଏପିଆରକୁ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।ସୁରକ୍ଷା ବ୍ୟବସ୍ଥା ଲାଗି ଜଣେ ଏସପି, ୧୨ ଅତିରିକ୍ତ ଡିସିପି ୩ ଜଣ ଇନ୍ସପେକ୍ଟର ୨୧, ଏସ.ଆଇ ଓ ୪୭ ଜଣ ଏ.ଏସ.ଆଇ ମୁତୟନ କରାଯାଇଛି ।
ଶ୍ରୀ ସିଂ ଆହୁରି ସୂଚନା ଦେଇ କହିଛନ୍ତି ଯେ, ସ୍ବସ୍ତି ହୋଟେଲ ଲେନରେ ଭିଭିଆଇପି ଓ ଭିଆଇପି,ଗେଟ୍ ୩ରେ ଗଣମାଧ୍ୟମ ଓ ଗେଟ୍ ୪ ରେ ସାଧାରଣ ଲୋକେ ପ୍ରବେଶ କରିପାରିବେ। ସାଧାରଣ ଲୋକ କେବଳ ୪ ତାରିଖ ସନ୍ଧ୍ୟାରେ ଜନତା ମଇଦାନରେ ଆସି ବୁଲିପାରିବେ। ଅନ୍ୟମାନେ କାର ପାସ ଓ ନିମନ୍ତ୍ରଣ ପତ୍ର ଦେଖାଇ ମିଟିଂରେ ପ୍ରବେଶକରିବାର ବ୍ୟବସ୍ଥା କରାଯାଇଛି ।



