ଡିସେମ୍ୱର ୧ରେ ଲଞ୍ଚ ହେବ ଭାରତର ଖୁଚୁରା ଡିଜିଟାଲ ଟଙ୍କା(e₹-R) : RBI

ବାସ୍ତବ ବ୍ୟୁରୋ: ଆଜି(ମଙ୍ଗଳବାର) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) କରିଛି ଏକ ବଡ଼ ଘୋଷଣା । ଘୋଷଣା ଅନୁଯାୟୀ, ଡିସେମ୍ୱର ୧ରୁ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ ହେବ । e₹-R ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା ଜାରି କରାଯିବ।   

ଇ ଡିଜିଟାଲ ଟଙ୍କା ଏକ ଟୋକନ ରୂପରେ ଲିଗଲ ଟେଣ୍ଡର ହେବ । ବ୍ୟାଙ୍କ ମାଧ୍ୟମରେ ହିଁ ଏହାକୁ ବିସ୍ତାରିତ କରାଯିବ । ଏହାର ଗ୍ରାହକ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ଆପ ଜରିଆରେ କିଣିପାରିବେ ଏବଂ ନିଜ ମୋବାଇଲ ଫୋନରେ ସୁରକ୍ଷିତ ରଖିପାରିବେ । ଏଥିରେ ବ୍ୟକ୍ତିଙ୍କ ଠାରୁ ବ୍ୟକ୍ତି ଏବଂ ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀଙ୍କ ମଧ୍ୟରେ ନେଣଦେଣ ହୋଇପାରିବ । ଦୋକାନରେ ଥିବା କ୍ୟୁଆର କୋଡ ମାଧ୍ୟମରେ ବ୍ୟବସାୟୀ ଟଙ୍କା ପୈଠ କରିପାରିବେ। 

ଏହି ପାଇଲଟରେ ପର୍ଯ୍ୟାୟକ୍ରମେ ଅଂଶଗ୍ରହଣ ପାଇଁ ଆଠଟି ବ୍ୟାଙ୍କ ଚିହ୍ନଟ କରାଯାଇଛି ବୋଲି ଆରବିଆଇ କହିଛି । ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ସହରରେ ଚାରୋଟି ବ୍ୟାଙ୍କ – ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍ ବ୍ୟାଙ୍କ ଏବଂ ଆଇଡିଏଫସି ଫାଷ୍ଟ ବ୍ୟାଙ୍କରୁ ଆରମ୍ଭ ହେବ । ପରବର୍ତ୍ତୀ ଚାରିଟି ବ୍ୟାଙ୍କ – ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏହି ପାଇଲଟରେ ଯୋଗଦେବେ ବୋଲି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।

ପ୍ରାରମ୍ଭରେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଚାରିଟି ସହରକୁ ଅନ୍ତର୍ଭୁକ୍ତ କରାଯିବ । ପରେ ଅହମ୍ମଦାବାଦ, ଗାଙ୍ଗଟକ୍, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ , ପାଟନା ଏବଂ ଶିମଲା ପର୍ଯ୍ୟନ୍ତ ବିସ୍ତାର କରିବ। ପାଇଲଟ ପରିସର ଧୀରେ ଧୀରେ ବିସ୍ତାର କରାଯିବ। ଆବଶ୍ୟକ ଅନୁଯାୟୀ ଅଧିକ ବ୍ୟାଙ୍କ, ଉପଭୋକ୍ତା ଏବଂ ସ୍ଥାନ ଅନ୍ତର୍ଭୂକ୍ତ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଳଦେବ ପାଞ୍ଜି ପ୍ରକାଶନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

Tue Nov 29 , 2022
ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ […]

You May Like

Pin It on Pinterest