ବଳଦେବ ପାଞ୍ଜି ପ୍ରକାଶନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ , ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ , ରାଜ୍ୟ ସଭା ଯୁଗ୍ମ ସଚିବ ଚୌଧୁରୀ ରମାକାନ୍ତ ଦାସ , ଗବେଷକ ନିରଞ୍ଜନ ମେକାପ , ପ୍ରାବନ୍ଧିକ ଡ. ସର୍ବେଶ୍ଵର ଶେଣ , ପଣ୍ଡିତ ଭ୍ରମରବର ନନ୍ଦ , ଶ୍ରମିକ ନେତା ବସନ୍ତ କୁମାର ଦାଶ, ଭରତ ଚରଣ ଦାସ , ପୀତାମ୍ବର ମହାନ୍ତି , ହେମନ୍ତ ଜେନା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଚଳିତ ଓଡ଼ିଆ ନବବର୍ଷରୁ ଶ୍ରୀ ବଳଦେବ ପାଞ୍ଜି ପ୍ରକାଶନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବଡପଣ୍ଡା ମାଧବ ପତ୍ରୀଙ୍କ ଅଧ୍ୟକ୍ଷତାରେ ସେବକ କମିଟି , ପଣ୍ଡିତ ଭ୍ରମରବର ନନ୍ଦଙ୍କ ଅଧ୍ୟକ୍ଷତାରେ ବୈଷୟିକ ଜ୍ୟୋତିର୍ବିଦ୍ କମିଟି ଏବଂ ପ୍ରସାର କମିଟିରେ ଡକ୍ଟର ସର୍ବେଶ୍ଵର ଶେଣଙ୍କ ଅଧ୍ୟକ୍ଷତାରେ ଗବେଷକ ନିରଞ୍ଜନ ମେକାପ ଏବଂ ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନାଙ୍କୁ ସର୍ବସମ୍ମତ କ୍ରମେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଶେଷରେ ନିରଞ୍ଜନ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ବିଧାୟକ AAP ଛାଡି ବିଜେପିରେ ଯୋଗ ଦେଲେ...

Tue Nov 29 , 2022
ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ଆଦମ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଲେ । ମଙ୍ଗଳବାର ଦିନ ସୁରେନ୍ଦ୍ର ସିଂ, ରାଜୁ ଧିଙ୍ଗନ୍ ଏବଂ ଚୌଧୁରୀ ଫତେହ ସିଂ ଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଏହି ତିନି ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ। […]

You May Like

Pin It on Pinterest