ବଢ଼ିଲା ଲକଡାଉନ୍ ଅବଧି…ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାସ୍ତବ ବ୍ୟୁରୋ-ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏପ୍ରିଲ ୩୦ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ମହାମାରୀ କରୋନାର ମୁକାବିଲା ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଓଡିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜାରି ହୋଇଥିବା ଲକଡାଉନ କଟକଣାକୁ ଆସନ୍ତା ୧୪ ତାରିଖରେ ଶେଷ କରିବା ପରିବର୍ତ୍ତେ ଆସନ୍ତା ୩୦ ତାରିଖ ତଥା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ତାଲାବନ୍ଦ ଅବଧି ବୃଦ୍ଧି ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁନ ୧୭ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିସହ ୩୦ ଯାଏ ବିମାନ ଓ ଟ୍ରେନ୍ ଚଳାଚଳ ନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ।

ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ରାଜ୍ୟ ସରକାର ମଣିଷ ଜୀବନକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାହା ଅନୁଯାୟୀ ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ, ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ, କୋଭିଡ-୧୯ ନିୟମାବଳୀ ୨୦୨୦ରେ ସଂଶୋଧନ ପାଇଁ ପ୍ରସ୍ତାବ, ୧ ଲକ୍ଷ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗର ପ୍ରସ୍ତାବକୁ ମଞ୍ଜୁରୀ, ମହାମାରୀ ଆଇନରେ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପାରିତ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାସ୍କ ନଥିଲେ ମୁହଁରେ ୨୦୦ ଦିଅ ଫାଇନ

Thu Apr 9 , 2020
ବାସ୍ତବ ବ୍ୟୁରୋ-ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ । ଆଜିଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । […]

You May Like

Pin It on Pinterest