ବାସ୍ତବ ବ୍ୟୁରୋ-ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ ।
ଆଜିଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । ସକାଳ ୭ରୁ ଏହି ନିର୍ଦ୍ଦେଶ କାଯ୍ୟକାରୀ ହୋଇଛି । ମୁହଁ ଓ ନାକ ଢାଙ୍କି ହେଲା ଭଳି ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ବିରୋଧ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି ।

ଏହା ସହ, ମହାମାରୀ ଆଇନ-୧୯୮୭ରେ ସଂଶୋଧନ କରାଯାଇ କୋଭିଡ୍-୧୯ ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତବିଶେଷ ଓ ସଂସ୍ଥା ବିରୋଧରେ ଅପରାଧ ମାମଲା ରୁଜୁ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ନିୟମ ଅନୁସାରେ କରୋନା ସଂକ୍ରାନ୍ତରେ ସରକାର ପ୍ରଚଳନ କରୁଥିବା ନିୟମକୁ ଉଲ୍ଲଙ୍ଘନ କଲେ ଉଲ୍ଲଘଂନକାରୀଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଏ ସଂକ୍ରାନ୍ତରେ ନିଷ୍ପତ୍ତିରେ ମୋହର ମାରିଛି।
