
ବରଗଡ଼:-୧.୧୨(ଉ.ସ.ପ୍ର.ନବୀନ ଦାଶ) ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ମାନଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଜାରି ରହିଥିବା ବେଳେ, ଅତାବିରା ବ୍ଲକ ପରିସର ରେ ଥିବା ଆଇ ସି ଡି ଏସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୪ଦିନ ଧରି ଧାରଣା ରେ ବସିଥିଲେ ହେଁ କେହି ଶୁଣିବାକୁ ନାହାନ୍ତି ବୋଲି କହିବା ସହ ଆଜି ମାର୍ଗଶିର ମାସ ଗୁରୁବାର ଦିନ ମାଁ ମହାଲକ୍ଷ୍ମୀ ଙ୍କୁ ପୂଜା କରି ମାଣବସା ଗୁରୁବାର ପାଳନ କରି ସରକାର ଙ୍କୁ ଶୀଘ୍ର ଆମ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ପୂରଣ କରନ୍ତୁ ଲକ୍ଷ ଲକ୍ଷ ଶିଶୁ ମହିଳା ମାନଙ୍କ ପ୍ରତି ଅନ୍ୟାୟ ନକରି,ତାଙ୍କ ଠାରୁ ତାଙ୍କ ସରକାରୀ ଯୋଜନା ସହାୟତା ତଥା ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ନକରି ଆମକୁ ଆମ ନ୍ୟାର୍ଯ୍ୟ ଦାବୀ ପୂରଣ କରାଯାଉ ବୋଲି ଅଙ୍ଗନବାଡ଼ି କର୍ମୀ ମାନେ ନିବେଦନ କରିଛନ୍ତି ।ନଚେତ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ତଥା ଶିଶୁ ମହିଳା ପୁଷ୍ଟି ହୀନତା ରେ ଆଗାମୀ ଦିନରେ ଯଦି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।

ଏନେଇ ଅତାବିରା ଆଇ ସି ଡି ଏସ ଦାୟୀତ୍ୱରେ ଥିବା ଅତାବିରା ସେକ୍ଟର ସୁପର ଭାଇଜର ପ୍ରମିଳା ପ୍ରଧାନ ପ୍ରତି ଉତ୍ତର ସ୍ୱରୂପ ଆମେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇ ଦେଇଛୁ । ଯାହା ରିପ୍ଲାଇ ଆସିବ ଆମେ ତାର ଅନୁ ପାଳନ କରିବୁ ବୋଲି ନିଜ ଦୋଷ ଝାଡି ଦେଇଥିଲେ ।ସେହିପରି ଦୀର୍ଘ ଚାରି ଦିନ ଧରି ଧାରଣା ରେ ବସିବା ସହ ଆଜି ମାର୍ଗଶିର ମାସରେ ବ୍ରତ କରି ମାଣବସା ଗୁରୁବାର ରାସ୍ତା ଉପରେ ମାଁ ମହାଲକ୍ଷ୍ମୀ ଙ୍କ ପୂଜା ହୋଇଥିଲେ ହେଁ ଏ ଯାବତ୍ ଜିଲ୍ଲା ସ୍ତରରୁ ଅତାବିରା କୁ ଆସୁଥିବା ତଥା ନିକଟରେ ଥିବା ସରକାର ଙ୍କ ବାବୁ ମାନଙ୍କ କାନ ଓ ହୃଦୟ କୁ ବୋଧେ ସ୍ପର୍ଶ କରିନି କି ବୋଲି ପ୍ରଶ୍ନ କରିବା ସହ ଆଜି ଦାବୀ ପୂରଣ ହେଲେ ଆମେ କାଲି ଆମ କେନ୍ଦ୍ର ଖୋଲିବୁ। ହିତାଧିକାରୀ ମାନଙ୍କୁ ତାଙ୍କ ସୁବିଧା ସୁଯୋଗ ସବୁ ଯୋଗାଇବୁ ବୋଲି କହିଛନ୍ତି ଅଙ୍ଗନୱାଡି କର୍ମୀ ।