ଭୁଶୁଡିଲା ଚୂନ ପଥର ଖାଦାନ, ୭ ଜଣଙ୍କର ମୃତ୍ୟୁ

ବାସ୍ତବ ବ୍ୟୁରୋ: ଆଜି(ଶୁକ୍ରବାର) ଛତିଶଗଡ଼ର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା ।

ତେବେ ଘଟଣା କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମୃତକଙ୍କ ପାଇଁ କୌଣସି କ୍ଷତିପୂରଣ ଘୋଷଣା କରାଯାଇ ନାହିଁ।

ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଂଚିଥିବାବେଳେ ବାସ୍ତବରେ ଖାଦାନରେ କେତେ ଲୋକ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଧା ମିଳିଥିବା ଖବର ଅନୁସାରେ, ଦୁଇଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଉ ଥିବା ବେଳେ ଆହୁରି କିଛି ଲୋକ ମଧ୍ୟ ଫସିରହିଥିବା ଅନୁମାନ କରାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନ ଶେଷ...

Fri Dec 2 , 2022
ବାସ୍ତବ ବ୍ୟୁରୋ: ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ପାଇଁ ଚାଲି ପାରିଛି। ଏହି ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ ଏବଂ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ। ପରେ ବାଚସ୍ପତି ଶ୍ରୀ […]

You May Like

Pin It on Pinterest