ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍….

ବାସ୍ତବ ବ୍ୟୁରୋ : ପଦ୍ମପୁର ରେ ଆଜି (ଶନିବାର) ପ୍ରଚାରର ଶେଷ ଦିନ । ପ୍ରଚାରରେ କମ୍ପୁଛି ପଦ୍ମପୁର । ଝାରବନ୍ଧରେ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ଯାହା କହିଥିଲେ ତା’ର କଡା ଜବାବ ରଖିବା ସହ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ତ ଗତ ୨ ବର୍ଷ ହେବ ବିଧାନସଭାରୁ ଛୁଟିନେଇ ବସିଥିଲେ । ହେଲେ ପଦ୍ମପୁରକୁ ପ୍ରଚାର କରିବାକୁ ଆସିଲେ କେମିତି? ପ୍ରକୃତରେ ଏହା ଭାରତୀୟ ଜନତା ପାର୍ଟିର ପଦ୍ମପୁରର ନୈତିକ ବିଜୟ ହେଲା, ଆପଣଙ୍କୁ ପଦ୍ମପୁର ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡିଲା, ନତମସ୍ତକ ହେବାକୁ ପଡିଲା । ଏହା ଭାରତର ଗଣତନ୍ତ୍ରର ବିଜୟ ।’

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ‘ଗତକାଲି ମୁଖ୍ୟମନ୍ତ୍ରୀ ଆସି ପଦ୍ମପୁରବାସୀଙ୍କ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ କହିଦେଇ ଗଲେ । ହେଲେ ୨୨ ବର୍ଷ ଭିତରେ ପଦ୍ମପୁର ବାସୀଙ୍କ ପାଇଁ କରୁଥିଲେ କ’ଣ? ୨୦୧୯ ମସିହାରେ ପ୍ରଦୀପ ପୁରୋହିତ୍ ବିଧାୟକ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଜିଲ୍ଲା ଦାବି ନେଇ ଯାଇଥିଲେ । ସେତେବେଳେ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ୧୯୯୩ ମସିହାରେ ଯେତେବେଳେ ପଦ୍ମପୁରକୁ ଜିଲ୍ଲା ଦାବି ହୋଇଥିଲା ସେତେବେଳେ ମଧ୍ୟ ଏହାକୁ ଯେଉଁମାନେ ବିରୋଧ କରିଥିଲେ ସେମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ବାମ ପଟେ ଛିଡା ହୋଇଛନ୍ତି । ଖାଲି ଏତିକି ନୁହେଁ ଝାରବନ୍ଧରେ ଜଳସେଚନ ପ୍ରକଳ୍ପ କରିବାକୁ ପ୍ରତିଶୃତି ଦେଇଥିଲେ ବି ଏହାକୁ ଭୁଲିଗଲେ । ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କର ସବୁକଥା ମନେପଡୁଛି’ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମବଙ୍ଗରେ ଟିଏମ୍‌ସି-ବିଜେପି କର୍ମୀଙ୍କ ମଧ୍ୟରେ ହିଂସା, ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ....

Sat Dec 3 , 2022
ବାସ୍ତବ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ଜିଲ୍ଲାର ହୋତୁଗଞ୍ଜ ଅଞ୍ଚଳରେ ବିଜେପି ଓ ଟିଏମ୍‌ସି କର୍ମୀମାନେ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଡାଇମଣ୍ଡ ହାରବର ଠାରେ ରାଲି କରୁଥିଲେ। ଏହି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଘଟଣାରେ ଟିଏମ୍‌ସି ଅଫିସରେ ଭଙ୍ଗାରୁଜା ହେବା ସହିତ ମଟରସାଇକେଲ୍‌ରେ ନିଆଁ ଲଗାଇ ଦିଆଯାଇଛି। ହିଂସାରେ ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ରହିଛି। […]

You May Like

Pin It on Pinterest