ରାଜଧାନୀ ଭୁବନେଶ୍ଵରରେ ୬୦ତମ ଗୃହରକ୍ଷୀ ଦିବସ ମହାସମାରୋହରେ ପାଳିତ…

ପ୍ରମୋଦ ନାୟକ(ଭୁବନେଶ୍ବର):ରାଜଧାନୀ ଭୁବନେଶ୍ବରରେ ୬୦ ତମ ବାର୍ଷିକୀ ଗୃହରକ୍ଷୀ ଦିବସ ମହାସମାରୋହରେ ଭୁବନେଶ୍ୱରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ମହାସମାରୋହରେ ମୂଖ୍ୟ ଅତିଥି ଭାବେ କଟକ-ଭୁବନେଶ୍ବର ଦ୍ବେତ୍ଯନଗରୀ ପୋଲିସ୍ କମିଶନର ଶ୍ରୀଯୁକ୍ତ ସୈ।ମେନ୍ଦ୍ର କୁମାର ପ୍ରିୟଦର୍ଶୀ (ଭା.ପୋ.ସେ) ଯୋଗଦେଇ କାର୍ଯ୍ୟରତ ଗୃହରକ୍ଷୀମାନଙ୍କର ମନୋବଳ ବୃଦ୍ଧି କରାଇବା ସହ ଭାରତର ମହାମହିମ ରାଷ୍ଟ୍ରପତିଙ୍କର, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର, ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କର, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କର, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କର ଓ ମାନନୀୟ ମହାନିର୍ଦ୍ଦେଶକ, ପୋଲିସ୍ ତଥା ଗୃହରକ୍ଷୀବାହିନୀଙ୍କର ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ।

ଭୁବନେଶ୍ୱର ଗୃହରକ୍ଷୀ ବାହିନୀ ପକ୍ଷରୁ ମୂଖ୍ୟ ଅତିଥିଙ୍କୁ ସଲାମୀ ସମ୍ମାନ ଦିଆଯାଇଥିଲା। ଏହି ମହାସମାରୋହରେ ଭୁବନେଶ୍ୱର ଗୃହରକ୍ଷୀ ବାହିନୀ କମାଣ୍ଡାଣ୍ଟ ତଥା ଉପ-ଆୟୁକ୍ତ, ଆରକ୍ଷୀ ଶ୍ରୀ ପ୍ରତୀକ ସିଂ ଉପସ୍ଥିତ ଥିବା ବେଳେ ସହକାରୀ କମାଣ୍ଡାଣ୍ଟ ଶ୍ରୀ ଅଶୋକ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ସମାରୋହରେ ମୂଖ୍ୟ ଅତିଥି କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ବାହିନୀ ର କାର୍ଯ୍ୟଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ସମସ୍ତେ ସମସ୍ତ କୋଭିଡ୍ କଟକଣାର ନିୟମକୁ ପାଳନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାସହୀନ ଲୋକଙ୍କୁ ଜମିପଟ୍ଟା ଯୋଗାଇବାକୁ ଗଣବିକ୍ଷୋଭ

Wed Dec 7 , 2022
ସଂଜୟଶତପଥୀ(କଟକ): ବସ୍ତିବାସିନ୍ଦା ଏକତା ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ସେକ୍ ଅବଦୁଲାଙ୍କ ନେତୃତ୍ବରେ ଶତାଧିକ ବାସଚ୍ଯୂତ ଶତାଧିକ ବସ୍ତିବାସିନ୍ଦା ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ମାରୁତି ମଣ୍ଡପରୁ ବାହାରି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅବଦୁଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡିଠାରେ ଓ କଟକର ମାନ୍ୟବର ମେୟର କଟକର ଜଗତପୁରଠାରେ ଓଡ଼ିଶା ସରକାରଙ୍କ ଦ୍ବାରା ଚିହ୍ନିତ “ଜାଗା ମିଶନ”କାର୍ଯ୍ୟକ୍ରମରେ ଗରୀବ ବସ୍ତିବାସିନ୍ଦାଙ୍କୁ […]

You May Like

Pin It on Pinterest