ଆଜିର ଖାସ୍ ଖବର

୧-ଆର୍ଟ ଅଫ୍‌ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କୁ ମାଗଣାରେ କରାଗଲା ମାସ୍କ ବଣ୍ଟନ।

୨-ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି ।

୩-ଭୁବନେଶ୍ୱର:ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ, ୨୦୦ରୁ ୫୦୦ଟଙ୍କା ଜୋରିମାନା।

୪-ନୁଆ ଦିଲ୍ଲୀ:ଦୈନିକ ୬୦ହଜାର ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧୁଛି ରେଳବାଇ, ଲକ୍ ଡାଉନ୍ ଯୋଗୁଁ ଖାଦ୍ୟ ପ୍ୟାକେଟ୍ ବାଣ୍ଟିବାକୁ ମିଳୁନାହାନ୍ତି ଲୋକ !

୫-ଆଜିଠୁ ରାଜଧାନୀରେ ଔଷଧର ହୋମ ଡେଲିଭରୀ ଆରମ୍ଭ, ଘରେ ବସି ଅର୍ଡର କଲେ ମିଳିବ ଔଷଧ।

୬-ଜେଇଇ (ମେନ) ୨୦୨୦ : ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ।

୭-ଆରମ୍ଭ ହେଲା ମାଆ ତାରିଣୀଙ୍କ ଚଇତି ପର୍ବ । ଲକ ଡାଉନ୍ ପାଇଁ ଖାଁ ଖାଁ ମନ୍ଦିର ବେଢା, ନା ଅଛି ଭକ୍ତଙ୍କ ଭିଡ, ନା ଅଛି ଆୟୋଜନ ।

୮-ଭୁବନେଶ୍ୱର:ନବମ ଶ୍ରେଣୀର ବାକି ପରୀକ୍ଷା ହେବନି।୫ଟି ବିଷୟର ଉତ୍ତର ଖାତା ହେବ ମୂଲ୍ୟାୟନ।

୯-୨ ହଜାର କୋଟି ଟଙ୍କାକୁ ବଢ଼ିଲା ଓଡ଼ିଶା ଆକସ୍ମିକ ପାଣ୍ଠି ରାଶି।

୧୦-୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ବିଜୁଳି ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ।

୧୧-ଭୁବନେଶ୍ୱର:୩ ମାସ ଯାଏଁ ମୋବାଇଲ ସଂଯୋଗ ନକାଟିବାକୁ ଟେଲିକମ୍ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ।

୧୨-ପୋଲିସକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ସବୁ ସୁବିଧା ହାତପାହାନ୍ତାରେ ମିଳୁନି, ଲକଡାଉନ ବେଳେ ମାନବିକତା ଭୁଲି ନଯାଉ ପୋଲିସ।

୧୩-ଲକ୍ଡ଼ାଉନ୍ ବେଳେ ଗାଡ଼ି ଜବତ କରି ପାରିବ ନାହିଁ ପୁଲିସ: ହାଇକୋର୍ଟ।ଗାଡ଼ି ଚାଳକଙ୍କଠାରୁ ମୁଚାଲିକା ଲେଖିନେଇ ଛାଡ଼ି ଦେବାକୁ ଅଦାଲତଙ୍କ ପରାମର୍ଶ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ପାଇଁ ନୁହେଁ, ୨୫ଟି ଦେଶ ପାଇଁ ଚିନ୍ତା କରୁଛନ୍ତି ମୋଦି

Fri Apr 10 , 2020
ବାସ୍ତବ ବ୍ୟୁରୋ-କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ ଟାବଲେଟ ଦେବାକୁ ବିଶ୍ୱର ୩୦ ଟି ଦେଶ ଭାରତକୁ ଅନୁରୋଧ କରିଥିଲେ । ତାହା ପୁଣି କୁଟନୈତିକ ଚ୍ୟାନେଲ ମାଧ୍ୟମ ରେ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ,ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ଭଳି ବହୁ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ । ନିଜ ପାଇଁ ଆବଶ୍ୟକୀୟ ଷ୍ଟକ ରଖିବା ପରେ ଭାରତ ୨୫ ଟି ରାଷ୍ଟ୍ରକୁ […]

You May Like

Pin It on Pinterest