ମହା ସମାରୋହରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ ପାଳିତ…

ତ୍ରୀନାଥ ବାରିକ(ପୁରୀ): ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପୁରୀ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ଵତ ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ସାହିତ୍ୟ ଏବଂ ବର୍ତ୍ତମାନର ସାହିତ୍ୟ ଉପରେ ବିଶେଷ ଆଲୋଚନା କରିଥିଲେ। ଇତ୍ୟବସରରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ , ବିଧାନସଭା ସଚିବ ଦାଶରଥି ଶତପଥୀ, ଶିକ୍ଷା ଅଧିକାରୀ ଡକ୍ଟର ମର୍କତ କେଶରୀ ରାୟ, ସମାଜ ସେବୀ ଦୁଷ୍ମନ୍ତ କୁମାର ସ୍ଵାଇଁ, ଗଣକ ଗଣେଶ ଶାସ୍ତ୍ରୀ, କବି ମାନସ ମହାପାତ୍ର , ଅଭିନେତା ପ୍ରଭାତ ବିଶ୍ଵାଳ,ଗୀତିକାର ଶ୍ରୀମନ୍ତ ପଣ୍ଡା, କବି ମଞ୍ଜୁଶ୍ରୀ ବରାଳ ଓ କବି ସୁପ୍ରିୟା ସାହୁ ଆଦିଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରାଜଶ୍ରୀ ପରିବାରର କବି ବେଣୁଧର ସୂତାର, ନାଟ୍ୟକାର ଡ ରମାକାନ୍ତ ନାୟକ , କବି ମଞ୍ଜୁଶ୍ରୀ ବରାଳ, କବି ସୁପ୍ରିୟା ସାହୁ, କବି ମୋନାଲିସା ସିଂହ, କବି ଅଶୋକ କୁମାର ଦାଶ, କବି କୁମୁଦିନୀ ବେହେରା ଆଦିଙ୍କ ପୁସ୍ତକ ରାଜ୍ୟପାଳ ଲୋକାର୍ପିତ କରିଥିଲେ। ସମ୍ପାଦକ ହେମନ୍ତ ଜେନା ସ୍ଵାଗତ ଭାଷଣ , ଇନ୍ଦୁପୁର ପାୟଲ୍ ମିୟୁଜିକ୍ ଶିଳ୍ପୀ ଜାତୀୟ ସଂଗୀତ ପରିବେଷଣ କରିଥିବା ବେଳେ ଅପର୍ତ୍ତିଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।


ସେହିପରି ପ୍ରଥମ ଅଧିବେଶନରେ ବିଶିଷ୍ଟ କବି ଭକ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଗବେଷକ ତଥା ସାହିତ୍ୟକାର ଲୋକନାଥ ମିଶ୍ର ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ବିଧାନସଭା ସଚିବ ଦାଶରଥି ଶତପଥୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଇଂ ଭରତ ଚରଣ ବେହେରା, କବି ବିପିନ ବିହାରୀ ବାରିକ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ଅଧିବେଶନରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ କରିଥିବା ବେଳେ ସମ୍ପାଦକ ହେମନ୍ତ ଜେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ କବି ବାଣୀଶ୍ରୀ ସସ୍ମିତା ପଣ୍ଡା ଓ ଲଳିତ କବି ଚାରୁଲତା ଭୂୟାଁ କବିତା ପାଠ ସଂଯୋଜନା କରିଥିଲେ।

ସର୍ବଶ୍ରୀ ସୁରେଶ ଚନ୍ଦ୍ର ରଥ, ବୀଣାପାଣି ଚୌଧୁରୀ, ରଞ୍ଜିତା କୁମାରୀ ପତି ,ରମାକାନ୍ତ ଦାଶ, ରଞ୍ଜନ କୁମାର ଦଳାଇ , ଅଭିରାମ ସାହୁ, ପ୍ରଣତି ମହାପାତ୍ର , ଲିଲିମା ଦାସ,ଆଦି ସତୁରୀରୁ ଊର୍ଦ୍ଧ୍ଵ କବି ସ୍ଵରଚିତ କବିତା ପାଠ କରିଥିବାବେଳେ,ରାଜଶ୍ରୀର ନୂଆ ଶମ୍ଭାବନା ପର୍ବରେ ରମାଦେବୀ ମହିଳାମହାବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ସମାଲ ନିଜର କବିତା ପାଠକରି ପ୍ରଶଂସିତ ହୋଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାର ବିକ୍ରି ୨୧% ଏବଂ ଦୁଇ ଚକିଆ ଯାନ ୨୪% ବୃଦ୍ଧି ପାଇଲା: ନଭେମ୍ବରରେ ଘରୋଇ ବଜାରରେ ୨୩.୮୦ ଲକ୍ଷ ଅର୍ଥାତ୍ ପ୍ରତି ସେକେଣ୍ଡରେ ଗୋଟିଏ ଯାନ ବିକ୍ରି ହେଲା...

Sun Dec 11 , 2022
ବାସ୍ତବ ବ୍ୟୁରୋ : ଉତ୍ସବର ରୁତୁ ସରିବା ପରେ ମଧ୍ୟ ଦେଶରେ ଯାନବାହନ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନଭେମ୍ବର ମାସରେ, ପ୍ରତି ସେକେଣ୍ଡରେ ଗୋଟିଏ ଗାଡି ବିକ୍ରି ହୋଇଥିଲା ଏବଂ ମୋଟ ବିକ୍ରି ୨୩.୮୦ ଲକ୍ଷର ଏକ ଐତିହାସିକ ଉଚ୍ଚରେ ପହଞ୍ଚିଥିଲା । ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୬% ଅଧିକ । ଦୁଇ ଚକିଆ ବିକ୍ରି ୨୩.୬୧% ଏବଂ ଗତ ମାସରେ […]

You May Like

Pin It on Pinterest