ସାଇସେବକ ବାନାମ୍ବର ଜେନାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ…

ଜୟନ୍ତଶତପଥୀ(କେନ୍ଦ୍ରାପଡା):ଆଦର୍ଶ ଧର୍ମ ପରାୟଣ ସାଇ ସେବକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ଅନୁନିବନ୍ଧକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାନାମ୍ବର ଜେନାଙ୍କର ( ୮୩ ) ଗତକାଲି ତାଙ୍କ ଗରାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି।

ସ୍ଵର୍ଗତ ଜେନା ଜଣେ ପରୋପକାରୀ ତଥା ଧର୍ମ ପରାୟଣ ଆଦର୍ଶ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ।ସରକାରୀ ସେବାରୁ ଅବସର ନେବା ପରେ ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ସହିତ ସମ୍ପୃକ୍ତ ରହି ସେ ଅବଶିଷ୍ଟ ଜୀବନ ଅତିବାହିତ କରୁଥିଲେ। କୋରୋ ସ୍ଥିତ ସତ୍ୟସାଇ ସେବା ମନ୍ଦିର ଓ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପ୍ରତିଷ୍ଠାର ଅଗ୍ରଦୂତ ସ୍ଵର୍ଗତ୍ ଜେନା ଜଣେ ବନ୍ଧୁ ବତ୍ସଳ ଆଦର୍ଶ ଗୃହସ୍ଥ ବ୍ୟକ୍ତି ଥିଲେ।

ଶ୍ରୀ ଜେନାଙ୍କ ଦେହାନ୍ତରେ କନ୍ଦ୍ରାପଡାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଶିଷ୍ଟ ବ୍ୟକ୍ତି ଅଲେଖ ଚନ୍ଦ୍ର ଜେନା, ବିଷ୍ଣୁ ଦାସ ,ଶ୍ରୀମନ୍ତ ପଣ୍ଡା , ସୁନାକର ବେହେରା , କିଶୋର ପଣ୍ଡା ,ଭୁବନ ମୋହନ ଜେନା, ତେଜେଶ୍ଵର ପରିଡ଼ା , ସୁଦର୍ଶନ ମହାପାତ୍ର , ରଞ୍ଜିତ ପ୍ରସାଦ ଜେନା , ଡ ଅଶୋକ କୁମାର ହୋତା , ବିଷ୍ଣୁ ଚରଣ ସାମଲ , ପ୍ରିୟବ୍ରତ ନାୟକ , ଶଶାଙ୍କ ଓଝା , ପ୍ରଦ୍ୟୁମ୍ନ ସିଂହ, ପ୍ରଦୀପ କୁମାର ନାୟକ , ଦିଲ୍ଲୀପ ଦାଶ, ନୃସିଂହ ଚରଣ ରାଉତ ଆଦି ଏବଂ କେନ୍ଦ୍ରାପଡା ଓ କୋରୋ ସତ୍ୟସାଇ ସଂଗଠନ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି ।

ବିଶେଷତଃ ପୁରୀ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ରାଜଶ୍ରୀର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ କବି ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଉପସ୍ଥିତିରେ ରାଜଶ୍ରୀ ପରିବାର ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା।
ପୂର୍ବର ସ୍ଵେଚ୍ଛାକୃତ ଅଙ୍ଗଦାନ ଚୁକ୍ତି ଅନୁସାରେ ଭୁବନେଶ୍ୱର ସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଦୃଷ୍ଟିଦାନ ଆଇ ବ୍ୟାଙ୍କରେ ସ୍ଵର୍ଗତ ଜେନାଙ୍କର ଆଖିଦାନ ହେବା ପରେ ତାଙ୍କ ନିଜ ଗାଁ କୋରୋରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଜ୍ୟେଷ୍ଠପୁତ୍ର ସ୍ମୃତିରଞ୍ଜନ ମୁଖାଗ୍ନି ଦେଇଥିବା ବେଳେ ପୁଅ ଶରତଚନ୍ଦ୍ର, ଦିପ୍ତୀରଞ୍ଜନ , ସୀତାକାନ୍ତ, ସତ୍ୟବାନ, ପ୍ରକାଶ ରଞ୍ଜନ, ବିଶ୍ଵରଞ୍ଜନ ଓ ଜ୍ଵାଇଁ ପ୍ରଭାତ , ଅନୀଲ,ରାଜେନ୍ଦ୍ର ଆଦି ଉପସ୍ଥିତ ଥିଲେ। ତାଙ୍କର ଦ୍ଵାଦଶାହ ଉପଲକ୍ଷେ ୨୧ ତାରିଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେବା ସଙ୍ଗେ ସଙ୍ଗେ ସ୍ମୃତି ଉଦ୍ଦେଶ୍ୟରେ ” ସାଇଶ୍ରିତ ବାନାମ୍ବର ” ଲୋକାର୍ପିତ ହେବ ବୋଲି ସ୍ଵର୍ଗତ୍ ଜେନାଙ୍କ ପୁଅ ତଥା ରାଜଶ୍ରୀର ସମ୍ପାଦକ ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଲଏସିରେ ପୁଣି ଭାରତ-ଚାଇନା ସୈନିକ ମୁହାଁମୁହିଁ...

Mon Dec 12 , 2022
ବାସ୍ତବ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସୈନ୍ୟଙ୍କ ପ୍ରତିଜବାରେ […]

You May Like

Pin It on Pinterest