
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଓ୍ଯାର୍ଡ ନଂ:-୧ ର ବିଡାନାସୀ ଠାରେ ଦୈନନ୍ଦିନ କାର୍ଯ୍ୟରେ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ଜାଗୃତି ଠିକା ସଂସ୍ଥା ପକ୍ଷରୁ ରାସ୍ତା ସଫା ଲାଗି ନିୟୋଜିତ ସଫେଇ ମହିଳା କର୍ମଚାରୀ ଶ୍ରୀମତୀ କୁନି ନାୟକ ସଫେଇ କାର୍ଯ୍ୟ କରୁଥିବା ସମୟରେ ଗତ ତା ୨୭/୧୧/୨୦୨୨ ରିଖ ଦିନ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏବଂ ଅର୍ଥାଭାବରୁ ଡାକ୍ତର ଖାନାରୁ ନିଜର ସୀମିତ ପରିସୀମା ମଧ୍ୟରେ ଥିବା ଘରେ ପଡି ରହିଛନ୍ତି।
ଏହି ଦୁର୍ଘଟଣା ସମ୍ପର୍କରେ ଶ୍ରୀମତୀ କୁନି ନାୟକଙ୍କ ପରିବାର ପକ୍ଷରୁ ଜାଗୃତି ଠିକା ସଂସ୍ଥାର ସୁପରଭାଇଜର, ମାନନୀୟ ଆୟୁକ୍ତ,କଟକ ମହାନଗର ନିଗମ ତଥା ସର୍ବୋପରି କଟକ ମହାନଗର ନିଗମର ମେୟର ମହୋଦୟ ଙ୍କୁ ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଥିଲା। କିନ୍ତୁ ବଡ଼ ପରିତାପର ବିଷୟ ଯେ, ଦୀର୍ଘ ୧୬ ଦିନ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ଠିକା ସଂସ୍ଥା କିମ୍ବା କଟକ ମହାନଗର ନିଗମ ପକ୍ଷରୁ କୈାଣସି ସାହାଯ୍ୟ ବା ସହାନୁଭୂତି ନ ମିଳିବା ବର୍ତ୍ତମାନ ର ମୂଖ୍ୟ ଆଲୋଚନାର ବିଷୟ ପାଲଟି ଯାଇଛି।
ଏପରିକି କଟକ ମହାନଗର ନିଗମର ମେୟର ମହୋଦୟ ଏହି କଟକର ବାସିନ୍ଦା ସର୍ବୋପରି ବିଗତ ଦିନର ଜଣେ ବିଶିଷ୍ଟ ଶ୍ରମିକନେତା ହୋଇ ଅଧୀନସ୍ଥ କର୍ମଚାରୀଙ୍କ ଏହି ଦୁର୍ଦ୍ଦିନରେ ଆଶ୍ଵାସନା ନ ଦେବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି।ଏହି ପରିସ୍ଥିତିରେ ମେୟର ମହୋଦୟ ଉଚିତ୍ ଓ ନ୍ଯାୟୋଚିତ ପଦକ୍ଷେପ ଗ୍ରହଣ କରି ଆହତ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛି କଟକସଫେଇ ମହାସଂଘ।



