ଚାନ୍ଦବାଲି ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪//୧୨//୨୦୨୨-ଆଜି ଚାନ୍ଦବାଲି ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ପଂଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାସ ଅଭିଭାଷଣ ମାଧ୍ୟମରେ ସମସ୍ତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଂଵୋଧିତ କରିବା ସହ ସ୍ୱାଗତ କରିଥିଲେ ।

ଉକ୍ତ ବୈଠକକୁ ସୁଚାରୁ ରୂପେ ପରିଚାଳନା କରିବା ସହ ନିଜ ନିଜ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି, ଆବଶ୍ୟକତା ଆଦି ବିଷୟରେ ଆଲୋଚନା କରିବା ପାଇଁ ସରପଞ୍ଚ, ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅଧକ୍ଷା ଶ୍ରୀମତୀ ସୁତାର ଅନୁରୋଧ କରିଥିଲେ ।

ମାନ୍ୟବର ବିଧାୟକ ଡ଼ଃ ବ୍ୟାମକେଶ ରାୟ ଚାନ୍ଦବାଲି ବ୍ଲକର ବିଭିନ୍ନ ପଂଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ବ୍ଳକକୁ ଜିଲ୍ଲାରେ ଏକ ନମ୍ବର ସ୍ଥାନରେ ପହଞ୍ଚିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନାଲଗୁଣ୍ଡା ସମିତି ସଭ୍ୟ ଅଭୟ ବଳ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇବା ଛଡା ବିରୋଧୀ ଶୂନ୍ୟ ଭାବେ ବୈଠକ ଶେଷ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହି ବି ନେଇପାରିବେନି ମୋବାଇଲ...

Thu Dec 15 , 2022
ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଆଜି (ଗୁରୁବାର) ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ […]

You May Like

Pin It on Pinterest