ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହି ବି ନେଇପାରିବେନି ମୋବାଇଲ…

ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି।

ଆଜି (ଗୁରୁବାର) ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ସେବାୟତ ଓ କର୍ମଚାରୀମାନେ ମଧ୍ୟ ମୋବାଇଲ ଫୋନ୍‌ ଶ୍ରୀମନ୍ଦିର ଭିତରକୁ ନେଇ ପାରିବେ ନାହିଁ। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଜନସାଧାରଣ, ପୁଲିସ,‌ ସେବାୟତ ଓ କର୍ମଚାରୀଙ୍କୁ ମୋବାଇଲ ଫୋନ୍‌ ବାହାରେ ରଖିବାକୁ ପଡ଼ିବ। ମୋବାଇଲ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇକି ‌ଯିବେ, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲିରେ ଯୁବ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟାନେଇ ଗଣଧାରଣା ଓ ବିକ୍ଷୋଭ...

Thu Dec 15 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୫//୧୨//୨୦୨୨:ଚାନ୍ଦବାଲିରେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁଦିନ ହେବ ଡ଼ାକ୍ତର ସମସ୍ୟା ସହ ଆବଶ୍ୟକ କର୍ମଚାରୀ ଅଭାବ ରହିଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଯେଇଁ ଡ଼ାକ୍ତର ଅଛନ୍ତି ସଠିକ ଭାବେ ମେଡ଼ିକାଲରେ କାର୍ଯ୍ୟ କରୁନାହାନ୍ତି ଓ ଘୋରେଇ ଚିକିତ୍ସାରେ ବ୍ୟସ୍ତ […]

You May Like

Pin It on Pinterest