ବାସ୍ତବ ବ୍ୟୁରୋ-କରୋନାକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବୁଲୁଥିବା ମିଥ୍ୟା ଖବର ଓ ଗୁଜବ ପ୍ରଚାର ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କ୍ରାଇମବ୍ରାଞ୍ଚ୍ ଆଡଭାଇଜରି ଜାରି କରିଛି ।
ସାଇବର ଠକେଇ ସମ୍ପର୍କିତ ୭ଟି ଆଡ଼ଭାଇଜରି ଜାରି କରାଯାଇଛି । ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିହେବ ନାହିଁ । କରୋନା ସମ୍ପର୍କିତ ଫେକ୍ ୱେବସାଇଟ ମଧ୍ୟ କରିହେବ ନାହିଁ । କରୋନା ନେଇ ସ୍ପେଶାଲ ଅଫର କହି ଜିନିଷ ବିକ୍ରି କରିହେବ ନାହିଁ । ସାନିଟାଇଜର, ମାସ୍କର ଅନଲାଇନ ସପିଂ କରିପାରିବେ ନାହିଁ । କରୋନା ସମ୍ପର୍କିତ କୌଣସି ଫେକ୍ ଇ-ମେଲ୍ ପଠାଇପାରିବେ ନାହିଁ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କରୋନାଭାଇରସ୍ ନାଁରେ ନକଲି ଟିକା, ସାନିଟାଇଜର ମଧ୍ୟ ବିକ୍ରୟ କରାଯାଇ ପାରିବ ନାହିଁ। କରୋନା ସ୍ପେସାଲ୍ ଅଫର୍ ନାଁରେ ଅନଲାଇନ୍ ବିକ୍ରି ଉପରେ କଟକଣା ଲାଗୁ ହୋଇଛି। ହ୍ବାଟସଆପ୍/ଟେଲିଗ୍ରାମ୍ ଜରିଆରେ କରୋନାଭାଇରସ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ମନା ବୋଲି ଏଥିରେ ଉଲ୍ଲେଖ କରାଯାଇଛି।