କଟକ ନଗର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ ପର୍ବ….

ସଂଜୟ ଶତପଥୀ(କଟକ): ନଗର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ ଖଟବିନ ସାହି ରୋଭର୍ସ ଷ୍ଟ୍ରିଟ ରେ ଅନୁଷ୍ଠିତ ହୋଇଯାଇଛି। ନଗର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଙ୍କ ନେତୃତ୍ୱରେ ହୋଇଥିଲା ।

ଏହି ସଭାରେ କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କର ମୁସଲମାନ ଭାଇ ଭଉଣୀଙ୍କ ପାଇଁ ହେଉଥିବା ଯୋଜନା ତଥା ସାମ୍ପ୍ରଦାୟିକ ସଦଭାବ ନିର୍ମାଣ ପାଇଁ ଏକ ଭାରତ ଶ୍ରେଷ୍ଠ ଭାରତ ର କଳ୍ପନା ସମ୍ପର୍କରେ ଅବଗତ କରାଇ ସମସ୍ତ ଭାରତ ବାସୀଙ୍କ ବିକାଶ ପାଇଁ ମୋଦିଜୀଙ୍କ ସଫଳ କାର୍ଯ୍ୟଧାରା ରେ ଯୋଡି ହେବା ପାଇଁ ଆହ୍ୱାନ ଦେଇଥିଲେ।

ସୁପ୍ରିମ କୋର୍ଟ ଓକିଲ କଟକ ବିଜେପିର ବରିଷ୍ଠ ନେତା ଶ୍ରୀ ସବ୍ୟସାଚୀ ମହାପାତ୍ର,କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି,କାଠଯୋଡ଼ି ମଣ୍ଡଳ ସାଧାରଣ ସମ୍ପାଦକ ଅନୁପମ ଦାସ ଓ ସଂଗ୍ରାମ ସିଂ,ଜିଲ୍ଲା ଉପସଭାପତି ସୁଜାତା ମହାନ୍ତି,ମଣ୍ଡଳ ସଂଖ୍ୟା ଲଘୁ ସଭାପତି ସୟଦ ଦାଉଦ,ମଣ୍ଡଳ ଉପସଭାପତି ରଘୁନାଥ ଦତ୍ତ,ଜିଲ୍ଲା ସଂଖ୍ୟା ଲଘୁ ସାଧାରଣ ସମ୍ପାଦକ ମହମ୍ମଦ ମୁସ୍ତାକିମ,ମଣ୍ଡଳ ଉପସଭାପତି ୱାଇ ୱାଣୀ,ମିଡ଼ିଆ ମୁଖ୍ୟ ସୁବାଷ ମହାନ୍ତି,ଅମ୍ରିତ ଆଚାର୍ଯ୍ୟ,ସେକ ଆୟୁବ, ଇମିତିଆଜ଼ ଖାନ, ସେକ ମେହେମୁଦ, ସେକ କାଳିଆ, ସେକ ମନୱାର, ସେକ ସୁଜାଦ,ସେକ ରିଆଜୁଦିନ, ଅବଦୁଲ ଓକିଲ, ଏହେକାମ ଭାଇ, ମାନସ ରଞ୍ଜନ ସାମଲ,ପୂର୍ଣଚନ୍ଦ୍ର ଦାନ, ବିଶ୍ୱଜିତ ରାଉଳ, ସୋମନାଥ ରାଉତ ପ୍ରଭୃତି ନେତା ତାଙ୍କ ବକ୍ତବ୍ୟ ରଖି ଧ୍ବଂସ ମୁଖୀ କଟକ ସହରର ବାସ୍ତବ ବିକାଶ ପାଇଁ ବିଜେପିରେ ସାମିଲ ହେବା ପାଇଁ ନିବେଦନ କରିଥିଲେ ଏଥିରେ ୨୦୦ ରୁ ଅଧିକ ମୁସଲମାନ ଭାଇମାନେ ଯୋଗଦେଇଥିଲେ। ଦାଉଦ ଭାଇ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାନୁଆରୀ ୨୪ରୁ ଜେଇଇ ମେନ୍‌ ପରୀକ୍ଷା...

Fri Dec 16 , 2022
ବାସ୍ତବ ବ୍ୟୁରୋ: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଅନଲାଇନ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ସୂଚନାନୁଯାୟୀ, ଜେଇଇ(ମେନ୍) ପରୀକ୍ଷା […]

You May Like

Pin It on Pinterest